oom

ଆଦର୍ଶ ଶିକ୍ଷୟିତ୍ରୀଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ଥାନୀୟ ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତ ଅଧୀନ ରାମଚନ୍ଦ୍ରପୁର ଗାଁର ଦିବଂଗତ ଶିକ୍ଷକ ବାଲୁଙ୍କେଶ୍ୱର ସାମନ୍ତରାୟଙ୍କ ପତ୍ନୀ ଶିକ୍ଷୟିତ୍ରୀ ଦ୍ରୌପଦୀ ମହାପାତ୍ରଙ୍କ ଏକାଦଶାହ କାର୍ଯ୍ୟକ୍ରମ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମାଜସେବୀ କାଶୀନାଥ ମହାପାତ୍ର, ସୁସାହିତ୍ୟିକ ସନ୍ତୋଷ ମହାନ୍ତି, ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବିଶ୍ୱାଳ, ପ୍ରଶାନ୍ତ ଦାସ, କୃଷକ ନେତା ଅଶୋକ ପ୍ରଧାନ, କିଷାନ୍ ପଟ୍ଟନାୟକ, ବଟକୃଷ୍ଣ ସ୍ୱାଇଁ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଦେବର ରବିନାରାୟଣ ସାମନ୍ତରାୟ, ସୂର୍ଯ୍ୟ ନାରାୟଣ ସାମନ୍ତରାୟ, ଛାତ୍ରୀ ଝରଣା ଦାସ, ଛାତ୍ର ରାଜକିଶୋର ସିଂ, ସୁବୋଦ ଛୋଟରାୟ, ଶିକ୍ଷକ ଅଭୟ ସାହୁ, ଟିକେଇ ଦଳାଇ ଯୋଗଦେଇ ସ୍ୱର୍ଗତା ଶିକ୍ଷୟିତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପ ଧୂପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଗୁଣଗାନ ସହ ସେହି ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ ‌।ଦିବଂଗତ ଶିକ୍ଷୟିତ୍ରୀ ଦୀର୍ଘ ଦିନ ଧରି ଅରିସଲ, ପୁରୁଣା ଡେଲାଙ୍ଗ, ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଜର ନିଷ୍ଠାପର ଶିକ୍ଷାଦାନ, ସରଳ, ନମ୍ର, ଉଦାର ଭାବ, ଛାତ୍ରବତ୍ସଳ ଭଳି ଅନେକ ସୁଗୁଣ ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମହଲରେ ଆଦରଣୀୟା ଥିଲେ । ପୁତ୍ର ବିଶ୍ୱମ୍ବର ସାମନ୍ତରାୟ କନ୍ୟା ଦେବଯାନୀ, ଦେବଦର୍ଶିନୀ, ଦେବଦାସୀ ଓ ଜାମାତା ବନ୍ଧୁ ପରିଜନ ମାତାଙ୍କ ଗୁଣଗ୍ରାହୀମାନଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.