ବିଲେଇସର୍ଡା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଲ୍‌ ଓଡିଶା ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ଦିନର ଖେଳ ବିଲେଇସର୍ଡା ଓ ଭବାନୀପାଟଣା ମଧ୍ୟରେ ହୋଇଥିଲା । ନିର୍ଦ୍ଧାରିତ ସମୟ ସୁଦ୍ଧା କେହି କାହାରିକୁ ଗୋଲ ଦେଇ ନ ପାରିବାରୁ ଟ୍ରାଇବ୍ରେକରର ସାହାଯ୍ୟ ନିଆଯାଇଥିଲା । ଏଥିରେ ବିଲେଇସର୍ଡା ୪-୨ ଗୋଲରେ ଭବାନୀପାଟଣାକୁ ପରାସ୍ତ କରିଥିଲା । ଏହି ଟୁର୍ଣ୍ଣାମେଣ୍ଟକୁ ପୁଇଁନ୍ତଲା ବ୍ଲକ ଚେୟାରମ୍ୟାନ ମନୋଜ କୁମାର ପଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ଛତ୍ରିଆ, ପୂର୍ବତନ ସରପଞ୍ଚ ପ୍ରସନ୍ନ କୁମାର ବିଶ୍ୱାଲ, ବରିଷ୍ଠ ଶିକ୍ଷକ କିଶୋର ଚନ୍ଦ୍ର ବିଶ୍ୱାଳ ତଥା ସଭାପତି ନିଳକଣ୍ଠ ପଧାନ, ନିମେଇଁ ଚରଣ ପଧାନ ମଂଚାସୀନ ଥିଲେ । ଉଦ୍‌ଘାଟନୀ ଉତ୍ସବରେ ସଭାପତି ମଧୂସୁଦନ ପଧାନଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

error: Content is protected !!