lika

ପୁରୀ ପ୍ରବେଶ ପଥରେ ଉଡ଼ିବ ଐତିହ୍ୟ ସମ୍ପନ୍ନ ପତାକା

gbag

ପୁରୀ : ଫ୍ଲାଗ୍‌ ଫାଉଣ୍ଡେସନ ଅଫ୍‌ ଇଣ୍ଡିଆ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ (ଏନଏଚ୍‌ଏ) ସଂଯୋଜନାରେ ପୁରୀ ପ୍ରବେଶ ପଥ ବାଟଗାଁ ଛକଠାରେ ଲୋକାର୍ପଣ ହେବ ୧୦୮ ଫୁଟର ଐତିହ୍ୟ ସମ୍ପନ୍ନ ଜାତୀୟ ପତାକା । ଏହାକୁ ଉନ୍ମୋଚନ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଐତିହ୍ୟ ମାନ୍ୟତା ପାଇଥିବା ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଜାତୀୟ ପତାକାକୁ ସୋମବାର ସକାଳ ୧୧ଟା ୧୦ ମିନିଟରେ ଉନ୍ମୋଚନ କରାଯିବ । ଏହି ଉନ୍ମୋଚନ ଉତ୍ସବରେ ଫ୍ଲାଗ୍‌ ଫାଉଣ୍ଡେସନ ଅଫ୍‌ ଇଣ୍ଡିଆ ସଭାପତି ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ ଏବଂ ଉପସଭପତି ଶାଲୁ ଜିନ୍ଦଲ, ମନ୍ତ୍ରୀ ସମୀର ରଂଜନ ଦାଶ, ମନ୍ତ୍ରୀ ତୁଷାର କାନ୍ତି ବେହେରା, ସାଂସଦ ପିନାକୀ ମିଶ୍ର, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗ ଦେଉଛନ୍ତି ।

sandip
Leave A Reply

Your email address will not be published.