ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଅଣଛାତ୍ରଙ୍କ ଆକ୍ରମଣର ଶିକାର ହେଲେ ୨ ଜଣ ଛାତ୍ର : ଜୋର ଧରିଛି ଅଶାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ସଂଧ୍ୟାରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଜଣେ ଅସାମାଜିକ ଅଣଛାତ୍ର ବ୍ଲେଡ୍‌ ସାହାଯ୍ୟରେ ଦୁଇ ଜଣ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଦୁଇଜଣ ଛାତ୍ର ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଏହି ଘଟଣାକୁ ଦୃଢ ନିନ୍ଦା କରି ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକକୁ ବନ୍ଦ କରି ଆନ୍ଦୋଳନ ଜାରି ରଖିଥିଲେ । ଘଟଣା ସମ୍ପର୍କରେ ବଲାଙ୍ଗିର ଟାଉନ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଛାତ୍ରମାନେ ଦାବୀ କରୁଥିବା ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ଏସ୍‌ପି ବିଶ୍ୱବିଦ୍ୟାଳୟକୁ ଆସୁଛନ୍ତି ବୋଲି କହି ଟାଉନ ଥାନା ଆଇଆଇସି ଛାତ୍ରମାନଙ୍କୁ ବୁଝାଇଥିଲେ । ଏହାପରେ ଛାତ୍ରମାନେ ଆନ୍ଦୋଳନରୁ ଓହରି ଥିଲେ । ପରେ ଏସ୍‌ପି ନିତିନ କୁଶଲକର ବିଶ୍ୱବିଦ୍ୟାଳୟକୁ ଆସିବା ପରେ ଛାତ୍ରମାନେ ଏସ୍‌ପିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.