ଜାତୀୟ ନାଟ୍ୟ ପ୍ରତିଯୋଗିତା ନିମନ୍ତେ ବ୍ରହ୍ମପୁର କଳାକାରଙ୍କ ଝାଡଖଣ୍ଡ ଗସ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଝାଡଖଣ୍ଡ ରାଜ୍ୟର ଗିରିଢ଼ିହ ଠାରେ କଳା ସଙ୍ଗମ ଅନୁଷ୍ଠାନ ଦ୍ଵାରା ଆୟୋଜିତ ଜାତୀୟସ୍ତରୀୟ ବହୁଭାଷୀ ନାଟକ ଓ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଶାଶ୍ଵତୀ ଅନୁଷ୍ଠାନ ବ୍ରହ୍ମପୁରର ୧୦ ଜଣ କଳାକାର ଯାତ୍ରା କରିଛନ୍ତି । ନାଟ୍ୟକାର ରବି ନାରାୟଣ ବେହେରାଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ଅଶାନ୍ତ ଚରିତ ପରିବେଷଣ ହେବ । ଏଠାରେ ପ୍ରକାଶ ଥାଉକି, ଏହି ନାଟକ କଟକ ସ୍ଥିତ କଳା ବିକାଶ କେନ୍ଦ୍ର ଠାରେ ଅନୁଷ୍ଠିତ ଜାତୀୟସ୍ତରୀୟ ନାଟକ ପ୍ରତିଯୋଗିତାରେ ପରିବେଷିତ ୪୦ ଗୋଟି ନାଟକରେ ପରିବେଷଣ ହୋଇଥିଲା । ସେହିଠାରେ ନାଟ୍ୟକାର ରବି ନାରାୟଣ ବେହେରାଙ୍କୁ ତୃତୀୟ ଶ୍ରେଷ୍ଠ ନାଟ୍ୟ ନିର୍ଦ୍ଦେଶକ ରୂପେ ପୁରସ୍କାର ମିଳିଛି । ଏଥିସକାଶେ ଶ୍ରୀ ବେହେରାଙ୍କୁ ଅନେକ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଝାଡଖଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ ସକାଶେ ବ୍ରହ୍ମପୁର ଶାଶ୍ୱତୀ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନର ସଭାପତି ରାମ ଚନ୍ଦ୍ର ସାସମଲଙ୍କ ନେତୃତ୍ୱରେ କଳାକାର ଗିରିଜା ଶଙ୍କର ଦାଶ, ସଜ୍ଞା ସମାହିତ ପାଢ଼ୀ, ରାଜେଶ ନାୟକ, ସରୋଜ କୁମାର ପଣ୍ଡା, ଅକ୍ଷୟ କୁମାର ଭୂୟାଁ, ସାଗର ପଣ୍ଡା ଏବଂ ସସ୍ମିତା ରାଣୀ ରାଉତ ଗସ୍ତ କରିଛନ୍ତି । ସଂପାଦକ ସୁନୀଲ କୁମାର ସ୍ଵାଇଁ ପରିଚାଳକ ଭାବେ ରହିଛନ୍ତି । ଅକ୍ଷୟ କୁମାର ମହାନ୍ତି, ପ୍ରଦୀପ କୁମାର ପଣ୍ଡା, କୈଳାଶ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଛନ୍ତି ।

Leave A Reply

Your email address will not be published.