ସାହାଜବାହାଲ କଲେଜର ନୂଆ ପରିଚାଳନା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ବ୍ଲକ ସାହାଜବାହାଲ ଜଗନ୍ନାଥ ଡିଗ୍ରି କଲେଜର ନୂତନ ପରିଚାଳନା କମଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ରାମଶରଣ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୂତନ ସଭ୍ୟମାନେ ଯୋଗଦେଇଥିଲେ । କଲେଜ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ଭୋଇ କଲେଜର ବିଭିନ୍ନ ସମସ୍ୟା ବିଷୟରେ କହିଥିଲେ । କମିଟି ପକ୍ଷରୁ କଲେଜର ସମସ୍ତ ସମସ୍ୟାକୁ ସମାଧାନ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା । କମିଟିର ସମସ୍ତ ସଭ୍ୟ ଓ କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଅଧ୍ୟାପକ ଶାନ୍ତନୁ ପାତ୍ର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.