ସଡକ ଦୁର୍ଘଟଣା : ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ଗ୍ରାମର ଜଣେ ଯୁବକ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣାପଡିଛି । ଯୁବକ ଜଣକ ହେଲେ ସମୀର ପୋଢ । ଗତକାଲି ସକାଳେ ସମୀର ବାଇକ୍‌ ଯୋଗେ କୌଣସି କାମରେ ଯାଉଥିବା ସମୟରେ ବୁଡାବାହାଲ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଫଳରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ସମୀରଙ୍କୁ ଗୁରୁତର ଭାବେ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି ।

Leave A Reply

Your email address will not be published.