ରେଡକ୍ରସ ପରାମର୍ଶଦାତା ତାଲିମ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଆଟଗାଁ ହାଇସ୍କୁଲଠାରେ ରାଜ୍ୟସ୍ତରୀୟ ଜୁନିୟର ରେଡକ୍ରସ ପରାମର୍ଶଦାତାମାନଙ୍କ ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲିପ କୁମାର ଯୋଷୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ଧୃବ ଚରଣ ବେହେରା ଯୋଗ ଦେଇ ରେଡକ୍ରସର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଅନ୍ୟ ଅତିଥି ଭାବରେ ଶାରିରୀକ ଶିକ୍ଷା ନିରୀକ୍ଷକ ତଥା ଜୁନିୟର ରେଡକ୍ରସ ସଂପାଦକ ଅନ୍ତର୍ଯ୍ୟାମୀ ବିଶ୍ୱାଲ, ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ସୁବାଷ ଚନ୍ଦ୍ର ପଟେଲ ପର୍ଯ୍ୟବେକ୍ଷକ ଦିଗାମ୍ବର ନାଏକ ଓ ନିଳମଣି ପଟେଲ ଯୋଗ ଦେଇଥିଲେ । ଉକ୍ତ ତ୍ରିଦିବସୀୟ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାରୁ ୩୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜୁନିୟର ରେଡକ୍ରସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ବନ୍ଧୀୟ ପାଠ୍ୟକ୍ରମ ଶିକ୍ଷାଦାନ ଦିଆଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଶିଶୁ ଶ୍ରମିକ, ବାଲ୍ୟ ବିବାହ ପ୍ରଥା ଉଚ୍ଛେଦ, କନ୍ୟା ଭୃଣହତ୍ୟା ରୋକିବା, ସଡକ ସୁରକ୍ଷା ବିଷୟରେ ସାଧନ କର୍ମୀମାନେ ଜୁନିୟର ରେଡକ୍ରସ ପରାମର୍ଶଦାତାମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ତାଲିମଦାତା ଭାବରେ ଶରତ ମେହେର, ରାମ ନାରାୟଣ ଦାଶ, ରଶ୍ମିରାଣୀ ଦାଶ, ହେମନ୍ତ ପଧାନ, ଦେବାନନ୍ଦ ଦାଶ, ଘନଶ୍ୟାମ ମେହେର, ସୁରେନ୍ଦ୍ର ନାଏକ ପ୍ରମୁଖ କାର୍ଯ୍ୟ ତୁଳାଇଥିଲେ । ମୁଖ୍ୟ ଅତିଥି ସ୍ୱାସ୍ଥ୍ୟ, ସେବା ଓ ବନ୍ଧୁତାରେ ସମସ୍ତେ ବ୍ରତୀ ହେବାକୁ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ସାଧନ କର୍ମୀ ବିକାଶ ସାହୁ ପରିଚାଳନା କରିଥିବା ବେଳେ ସାଧନ କର୍ମୀ ରବିନ୍ଦ୍ର ଠେଟୁଆଲ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ କ୍ଷୀତେଶ୍ୱର ବିଶ୍ୱାଲ, ସୁରେନ୍ଦ୍ର ନାଏକ, ରୋହିତାଶ୍ୱର ଯୋଷୀ, ଜ୍ୟୋତ୍ସ୍ନା ଭୋଇ, ସନ୍ତୋଷିନୀ ସାହୁ, ପଦ୍ମିନୀ ସାହୁ, ସନାତନ ବାଗ, ନିତେଇ ନାଏକ, ଶ୍ୟାମରାଣୀ ମହାପାତ୍ର, ଗଙ୍ଗାଧର ବଗର୍ତ୍ତି, ପ୍ରେମରାଜ ପଶାୟତ, ରମାକାନ୍ତ ବେହେରା, ଚିନ୍ତାମଣି ବାଗ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.