ସି.କେ. ନାଇଡୁ ଟ୍ରଫି : ଓଡିଶା – ମେଘାଳୟ ମ୍ୟାଚ୍‌, ମଜବୁତ ସ୍ଥିତିରେ ଓଡିଶା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ସି.କେ. ନାଇଡୁ ଟ୍ରଫିର ଦ୍ୱିତୀୟ ଦିବସରେ ଓଡିଶା କାଲିର ଅସମାପ୍ତ ପାଳି ୯୬-୫ରୁ ଖେଳ ଆରମ୍ଭ କରି ସମୁଦାୟ ୩୩୨ ରନ୍‌ ସଂଗ୍ରହ କରି ଅଲ୍‌ ଆଉଟ ହୋଇଯାଇଥିଲା । ଓଡିଶା ଦଳ ତରଫରୁ ସ୍ୱାସ୍ଥିକ ସାମଲ ୮୮ ରନ୍‌, ଅନିଲ ପରିଡା ୮୦ ରନ୍‌ ଓ ସୌରବ ଗୌଡ ୫୫ ରନ୍‌ ସଂଗ୍ରହ କରିଥିଲେ । ମେଘାଳୟ ଦଳ ତରଫରୁ ସଫଳ ବୋଲର ଭାବରେ ମନୀଷ ୪ ଗୋଟି ଓ ରାମ ୩ ଗୋଟି ୱିକେଟ ଅକ୍ତିଆର କରିଥିଲେ । ୧୩୧ ରନ୍‌ ପଛରେ ଥିବା ମେଘାଳୟ ଆଜିର ତାର ଦ୍ୱିତୀୟ ଇଂନିସ ଆରମ୍ଭ କରି ଖେଳ ଶେଷ ସୁଦ୍ଧା ୩ ୱିକେଟ ହରାଇ ୧୨ ରନ୍‌ ସଂଗ୍ରହ କରିଥିଲେ । ଓଡିଶା ଦଳ ତରଫରୁ ଆଶୁତୋଷ ଛୁରିଆ ୨ ଗୋଟି ୱିକେଟ ଓ କ୍ରିଷ୍ଣା ପଲାଇ ୧ ୱିକେଟ ଅକ୍ତିଆର କରିଥିଲେ । ଆଉ ଦୁଇ ଦିନ ମ୍ୟାଚ୍‌ ବାକି ଥିବା ବେଳେ ଓଡିଶା ଦଳର ବିଜୟୀ ହେବାର ସମ୍ଭାବନା ଅଧିକ ଅଛି ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.