ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପାଇବେ ସୂର୍ଯ୍ୟଦତ୍ତ ଜାତୀୟ ପୁରସ୍କାର

ପୁରୀ : ସୂର୍ଯ୍ୟଦତ୍ତ ଜାତୀୟ ପୁରସ୍କାର ପାଇଁ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମନୋନୀତ ହୋଇଛନ୍ତି । ଏ ନେଇ ଶ୍ରୀ ପଟ୍ଟନାୟକ ରବିବାର ସୂଚନା ଦେଇଛନ୍ତି । କଳା ଓ ସଂସ୍କୃତି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ମିଳିବ । ପୁଣେର ସୂର୍ଯ୍ୟଦତ୍ତ ଗ୍ରୁପ୍‌ ଅଫ୍‌ ଅନୁଷ୍ଠାନର ୨୫ତମ ପ୍ରତିଷ୍ଠା ଦିବସରେ ଶ୍ରୀ ପଟ୍ଟନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।

Leave A Reply

Your email address will not be published.

error: Content is protected !!