ଚୀନ୍‌ରେ ସିରିଜ ଦୁର୍ଘଟଣା : ୧୬ ମୃତ, ୬୬ ଆହତ

ବେଜିଂ : ଚୀନ୍‌ର ହ୍ୟୁନାନ ପ୍ରଦେଶ ରାଜଧାନୀ ଚାଙ୍ଗସା ସିଟିର ଏକ ଏକ୍ସପ୍ରେସୱେ’ରେ ୫୦ରୁ ଅଧିକ ଗାଡି ପରସ୍ପର ସହ ଧକ୍କା ଲାଗିଛି । ଏଥିରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୬ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗତକାଲି ସନ୍ଧ୍ୟାରେ ଜୁଚାଙ୍ଗ-ଗୁଆଙ୍ଗଝୌ ରାଜପଥରେ ମାତ୍ର ୧୦ ମିନିଟ୍‌ ଭିତରେ ଏହି ଗାଡି ପରସ୍ପର ସହ ଧକ୍କା ଲାଗିଥିଲା । ଧକ୍କା ପରେ କିଛି ଟ୍ରକ ଓ କାର୍‌ରେ ନିଆଁ ଲାଗିଯାଇଥିଲା । ଉଦ୍ଧାରକାରୀ ଦଳ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଉଦ୍ଧାର କାର୍ଯ୍ୟରେ ୧୫୦ ଜଣିଆ ଟିମ୍‌ ନିୟୋଜିତ ଅଛନ୍ତି । ଏତେ ସଂଖ୍ୟକ ଗାଡି କିଭଳି ଧକ୍କା ଲାଗିଲା ତାର କାରଣ ଜଣାପଡିନାହିଁ । ଘଟଣାର ତଦନ୍ତ କରାଯାଉଛି ।

Leave A Reply

Your email address will not be published.

error: Content is protected !!