ସରକାରୀ ମହାବିଦ୍ୟାଳୟଠାରେ ‘ଜାତୀୟ ମତଦାତା ଦିବସ’ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ଠାରେ ଡ଼. ଅମୃତ ସିଂ ବରିହାଙ୍କ ସଭାପତିତ୍ୱରେ ଜାତୀୟ ମତଦାତା ଦିବସ ସମ୍ପର୍କରେ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି । ଡ଼. ଅଶୋକ କୁମାର ମହାରଣାଙ୍କ ଦ୍ଵାରା ଏହା ପରିଚାଳିତ ହୋଇ ଗଣତନ୍ତ୍ର ଦେଶରେ ଗୋଟିଏ ଭୋଟର ମୂଲ୍ୟ କେତେ ଜରୁରୀ ହୋଇଥାଏ ଓ ଏକ ସଶକ୍ତ ଦେଶ ଗଠନରେ ମତଦାନର ଭୂମିକା କେତେ ଆବଶ୍ୟକ ଛାତ୍ରଛାତ୍ରୀ ତଥା ଜନସାଧାରଣ ଜାଣିବା ଉଚିତ୍ ବୋଲି ବକ୍ତାମାନେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ଧନ୍ୟବାଦ୍ ଦେଇ ସଭା ସାଙ୍ଗ ହୋଇଥିଲା ।

Leave A Reply

Your email address will not be published.