ବୋଲେରୋ ଧକ୍କାରେ ବାଇକ୍‌ ଆରୋହୀ ମୃତ

ସମ୍ବଲପୁର : ବୋଲେରୋ ଧକ୍କାରେ ବାଇକ୍‌ ଆାରୋହୀ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଧନୁପାଲି ମହାବୀରପଡ଼ା ନିକଟରେ । ମୃତକ ଜଣକ ଭତରା ଅଞ୍ଚଳର ରଞ୍ଜିତ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ରଞ୍ଜିତ ବାଇକ୍‌ରେ ଘରକୁ ଫେରୁଥିଲେ । ବୋଲେରୋଟି ଭୁବନେଶ୍ୱରରୁ ସମ୍ବଲପୁର ଆସୁଥିବା ବେଳେ ବାଇକ୍‌କୁ ଧକ୍କା ଦେଇଥିଲା । ଯାହାଫଳରେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.