ଶିବତଳା ହରଗୌରୀ ମନ୍ଦିର ନିକଟରେ ସଡକ ଦୁର୍ଘଟଣା, ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିବତଳା ହରାଗୌରୀ ମନ୍ଦିର ନିକଟରେ ଏକ ସଡକ ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଶିବତଳାର ଦୁଃଖୀଶ୍ୟାମ ବଗର୍ତ୍ତୀ(୪୯) ଓ ପ୍ରଶାନ୍ତ ଧରୁଆ(୩୨) ନିଜ ଘରୁ ବାଇକ୍‌ରେ କୌଣସି କାମରେ ଯାଇଥିଲେ । ସେ ଦୁଇ ଜଣ କାମ ସାରି ଘରକୁ ଫେରିବା ବାଟରେ ଶିବତଳାର ହରଗୌରୀ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଧକ୍କା ଦେଇଥିଲା । ଫଳରେ ଦୁଃଖୀଶ୍ୟାମ ଓ ପ୍ରଶାନ୍ତ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.