oom

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମ୍ଭାବ୍ୟ ତାଲିକା ପ୍ରକାଶନ ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବୀପତ୍ର

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମ୍ଭାବ୍ୟ ତାଲିକା ପ୍ରକାଶନ ପାଇଁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଉଦ୍ଦେଶ୍ୟରେ ବଙ୍ଗୋମୁଣ୍ଡା ବିଡ଼ିଓ ରିପୁନାଥ ସୁନାଙ୍କୁ ବଙ୍ଗୋମୁଣ୍ଡା ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି । ସରପଞ୍ଚ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ପୂର୍ବରୁ ପ୍ରକାଶିତ ହୋଇ ବିଭିନ୍ନ ଗ୍ରାମ ପଞ୍ଚାୟତର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଜିଓଟେଗ କରାଯାଇଥିଲା କିନ୍ତୁ ଦୁଃଖର ବିଷୟ ଏହି କି ଯେ, ଜିଓଟେଗ୍‌ କରାଯାଇଥିବା ଲୋକଙ୍କ ମଧ୍ୟର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ କେତେ ଲୋକଙ୍କର ନାମ କଟିଯାଇଛି ବା ବାଦ ପଡିଯାଇଛି । ଯାହା ଫଳରେ ସରପଞ୍ଚମାନଙ୍କୁ ଆସି ହିତାଧିକାରୀମାନେ ପ୍ରଶ୍ନ କରୁଛନ୍ତି । ବିଭିନ୍ନ ପ୍ରକାର ଗାଳି ଗୁଲଜ କରୁଛନ୍ତି । ଯାହା ଫଳରେ ସରପଞ୍ଚମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯଦି ଏ ଦିଗରେ ଆବଶ୍ୟକ ପଦକ୍ଷେପ ନ ନେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚୟନ ପ୍ରକ୍ରିୟା ହେଉ କିମ୍ବା ଗ୍ରାମସଭା ହେଉ କୌଣସି ଥିଲେ ସହଯୋଗ କରିବୁ ନାହିଁ ବୋଲି ସରପଞ୍ଚ ସଂଘ ପକ୍ଷରୁ ଚେତାବନୀ ଦେଇଛନ୍ତି । ଦାବୀପତ୍ର ଦେବା ସମୟରେ ସରପଞ୍ଚ ସଂଘ ସଭାପତି ଅଜିତ ଯୋଶୀ, ଉପସଭାପତି ପୂର୍ଣ୍ଣିମା ବେହେରା, ଦୀପକ ଛୁରା, ଖରତ ବାଗ, ଲକ୍ଷ୍ମୀକାନ୍ତ ବାଗ, ସୁରେଶ ବେହେରା, ଉଦ୍ଧବ ବେହେରା, ଭରଦ୍ୱାଜ ଗହୀର, ଯୋଶୀଏଲ ସେନାପତି, ବବିତା ବାଗ, ରୁଷଭ ପୁଟେଲ, ଗୀତାଫୁଲ ପୁଟେଲ, ମମିତା ପୁଟେଲ, ରଞ୍ଜିତା ମେହେର, ଜିତେନ ବଚ୍ଛା ପ୍ରମୁଖ ସରପଞ୍ଚ ଉପସ୍ଥିତ ଥିଲେ । ଏନେଇ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଉଦ୍ଦେଶ୍ୟରେ ବଙ୍ଗୋମୁଣ୍ଡା ବିଡ଼ିଓ ରିପୁନାଥ ସୁନାଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।

jittmm
Leave A Reply

Your email address will not be published.