ମା’ ବସ୍ତ୍ରେନ ଫୁଟ୍‌ବଲ୍‌ ପ୍ରତିଯୋଗିତା ଉଦ୍‌ଘାଟିତ : ତୁର୍ଲା ଦଳ ବିଜୟୀ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ୍‌ ଲେବଡା ପଞ୍ଚାୟତ ସରଦାପୁର (ମାକ୍ରିପଡା) ଗ୍ରାମରେ ଗୁରୁବାର ମା’ ବସ୍ତ୍ରେନ ଫୁଟବଲ୍‌ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ମ୍ୟାଚ୍‌ରେ ରେଙ୍ଗାଲି ଦଳକୁ ୨-୧ ଗୋଲରେ ପରାସ୍ତ କରି ତୁର୍ଲା ଦଳ ବିଜୟୀ ହୋଇଛି । ଉଦ୍‌ଘାଟନୀ ଉତ୍ସବରେ ଲେବଡା ସରପଞ୍ଚ ଦମୟନ୍ତୀ ହାତୀ ମୁଖ୍ୟଅତିଥି, ନାଏବ ସରପଞ୍ଚ ଚନ୍ଦ୍ରମଣି ବଗର୍ତ୍ତି, ପୂର୍ବ ସମିତି ସଭ୍ୟ ଜିତେନ ହାତୀ, ୱାର୍ଡ ସଭ୍ୟସଭ୍ୟା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆଶୀର୍ବାଦ ସା, ଅଶ୍ୱିନୀ ଭୁକ୍ତା ଓ ପ୍ରତାପ ଭୁକ୍ତା ଖେଳ ପରିଚାଳନା କରିଥିଲେ । ଆୟୋଜକ କମିଟି ସଭାପତି ପୀତାମ୍ବର ଦାସ, ସମ୍ପାଦକ ରଞ୍ଜନ ବଗର୍ତ୍ତି, ଚିନ୍ତାମଣି ବଗର୍ତ୍ତି, ଜୀବର୍ଦ୍ଧନ ବଗର୍ତ୍ତି, କୌତୁକ ବାଗ, ରାଜିନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.