
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ରେଳ ଷ୍ଟେସନଠାରେ ଜଣେ ସାଧୁବାବା ଆତ୍ମହତ୍ୟା ଉଦ୍ୟମ କରିବା ସମୟରେ ଜଣେ ଆର୍ପିଏଫ୍ ପୁଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରିଛନ୍ତି । ଏକ ମାଲବାହୀ ଗାଡି ଯିବା ସମୟରେ ସେ ପ୍ଲାର୍ଟଫର୍ମରୁ ରେଳ ଧାରଣା ପଟକୁ ଯାଇଥିଲେ । ଏହାକୁ ସିସିଟିଭିରେ ମନିଟର କରୁଥିବା ଜଣେ ଆର୍ପିଏଫ୍ ଯବାନ ଦେଖିବା ପରେ ତାଙ୍କୁ ଉଦ୍ଧାର କରି ତାଙ୍କ ସଂପର୍କୀୟଙ୍କ ହେପାଜତରେ ଛାଡିଥିବା ଜଣାପଡିଛି ।