ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍‌ : ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଟିଟିଲାଗଡ ରାସ୍ତା ବିଜାଖମନ୍‌ ନିକଟରେ ଏକ ଗଛରେ ବାଇକ୍‌ ପିଟି ହେବାରୁ କୁନ୍ତ ବାଗ୍‌(୪୫), ନିଶିରଞ୍ଜନ ଭୋଇ(୧୫) ଗୁରୁତର ଆହତ ହୋଇଥିବା ଜଣାପଡିଛି । ଉଭୟେ ସଂପର୍କରେ କକା-ପୁତୁରା ବୋଲି ଜଣାପଡିଛି । ବଲାଙ୍ଗିରକୁ ଉଭୟେ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ । କାର୍ଯ୍ୟକ୍ରମ ସାରି ନିଜ ଗାଁ ବ୍ରାହ୍ମଣୀଯୋରକୁ ଫେରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଥିଲେ ।

Leave A Reply

Your email address will not be published.