csstore

ରାଜ୍ୟସ୍ତରୀୟ ବିଦ୍ୟାଳୟ ଖୋ ଖୋ ପ୍ରତିଯୋଗିତାର ତିନୋଟି ବିଭାଗରେ ବଲାଙ୍ଗିର ଜିଲ୍ଲା ଚାମ୍ପିୟନ ଓ ଟେନିକଏଟରେ ଉପବିଜେତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାରକୋନା, ବାଲେଶ୍ୱରରେ ଚାଲିଥିବା ରାଜ୍ୟସ୍ତରୀୟ ବିଦ୍ୟାଳୟ ଖୋ ଖୋ ଓ ଟେନିକଏଟ ଦଳ ୧୪ ଓ ୧୭ ବର୍ଷରୁ କମ୍‌ ବାଳକ ବାଳିକା ବିଭାଗରେ ଭାଗ ନେଇଥିଲେ । ଖୋ ଖୋର ୪ଟି ବିଭାଗରୁ ୩ଟି ବିଭାଗରେ ବଲାଙ୍ଗିର ଦଳ ଚାମ୍ପିୟନ ହୋଇଛନ୍ତି । ୧୭ ବର୍ଷରୁ କମ୍‌ ଫାଇନାଲ୍‌ରେ ଉଭୟ ବାଳକ ଓ ବାଳିକା ବିଭାଗରେ ଭୁବନେଶ୍ୱରକୁ ପରାଜିତ କରି ଚାମ୍ପିୟନ ହୋଇଥିବା ବେଳେ ୧୪ ବର୍ଷରୁ କମ୍‌ ବାଳକ ବିଭାଗରେ ପୁରୀ ଜିଲ୍ଲାକୁ ପରାଜିତ କରି ଚାମ୍ପିୟନ ହୋଇଛନ୍ତି । ସେହିପରି ଟେନିକଏଟରେ ୧୭ ବର୍ଷରୁ କମ୍‌ ବାଳକ ବିଭାଗରେ ସୁନ୍ଦରଗଡ ଜିଲ୍ଲା ଠାରୁ ପରାଜିତ ହୋଇ ଉପବିଜେତା ହୋଇଛନ୍ତି । ଖୋ ଖୋ ଦଳରେ ହଳଦୀ, ଶିବତଲା, ମହିମୁଣ୍ଡା, ନଅଗାଁ (ଖ), ଉପରବାହାଲ, ଗଇନ୍ତଲା, ମୁରିବାହାଲ ଉଚ୍ଚ ବିଦ୍ୟାଳୟ ଓ ବଙ୍ଗୋମୁଣ୍ଡା, ମହିମୁଣ୍ଡା ଓ ମରିବାହାଲ କଲେଜର ଖେଳାଳି ଭାଗ ନେଇଥିବା ବେଳେ ରାଜୀବ ଲୋଚନ ବେହେରା, ପୁଷ୍ପାଞ୍ଜଳି କିଷାନ, ଅଞ୍ଜନ କୁମାର ବେହେରା, ବ୍ରାହ୍ମଣୀ ଦୀପ ଓ ସତ୍ୟପ୍ରିୟା ନନ୍ଦ ମ୍ୟାନେଜର ଥିଲେ । ସେହିପରି ଟେନିକଏଟରେ କୁଟୁରାପାଲି, ଗଇଁନ୍ତଲା ଉଚ୍ଚ ବିଦ୍ୟାଳୟ, ସଇଁନ୍ତଲା କଲେଜ, ଶିଶୁ ମନ୍ଦିର ପାଟଣାଗଡ ଖେଳାଳି ଭାଗ ନେଇଥିବା ବେଳେ ରାସବିହାରୀ ବନଛୋର, ବଦ୍ରି ସାହୁ ଓ ନିର୍ମଳା ରଥ ମ୍ୟାନେଜର ଭାବରେ ଯାଇଥିଲେ ।

ଜିଲ୍ଲା ବିଦ୍ୟାଳୟ କ୍ରୀଡାର ଏହି ସଫଳତା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର, ଜିଲ୍ଲା ଶାରୀରିକ ନିରୀକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ୱାଳ, ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ ସୁଦାମ ଚରଣ ମଲ୍ଲିକ, ଶୁଭେନ୍ଦୁ ପ୍ରଧାନ, ପୂର୍ବତନ କ୍ରୀଡା ଶିକ୍ଷକ ପଦ୍ମ ଚରଣ ଦାସ, ସମସ୍ତ ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରମୁଖ ଖେଳାଳିମାନଙ୍କୁ ସ୍ୱାଗତ କରି ଶୁଭେଚ୍ଛା ଜଣାଇଥିଲେ ।

jayashree
Leave A Reply

Your email address will not be published.