ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଉପଖଣ୍ଡସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜ, ପାଟଣାଗଡ ଆନୁକୂଲ୍ୟରେ ଓଡିଶା ଅସ୍ପୃଶ୍ୟ ଅନୁସୂଚୀତ ଜାତି ସୁରକ୍ଷା ପରିଷଦର ପଶ୍ଚିମ ଓଡିଶା ଅସ୍ପୃଶ୍ୟ ଦଳିତ ମହାସଭା ପାଟଣାଗଡ ଠାରେ ଉପଖଣ୍ଡର ସଭାପତି ଦିକସନ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମଂଚ ପରିଚାଳନା କରିଥିଲେ ପାଟଣାଗଡ ସଂପାଦକ ଜୟନ୍ତ କୁମ୍ଭାର । ଏଥିରେ ମୁଖ୍ୟ ଅତିଥି ଭାବେ ପରିଷଦର ଅଧ୍ୟକ୍ଷ ଚୈତନ୍ୟ ପାଇକ, ସଂପାଦକ ଡ. ଅର୍ଜୁନ ମୁଗ୍ରୀ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ବିନୋଦ ପାତ୍ର, ରମେଶ ମହାନନ୍ଦ, ସତ୍ୟାନନ୍ଦ ସୁନା, ଡିଙ୍ଗର କୁମ୍ଭାର, ବିପିନ କୁସଲିଆ, ହରି ସିଂ ଗୁର୍ଲା, ଶମ୍ଭୁ ନାଗ, ଦ୍ରୋଣ କୁମ୍ଭାର, ଦିନେଶ ନାଗ, ରାଣା ନାଗ ପ୍ରମୁଖ ଯୋଗଦେଇ ଅସ୍ପୃଶ୍ୟ ଅନୁସୂଚୀତ ଜାତି ବର୍ଗଙ୍କ ସୁରକ୍ଷା ନିମନ୍ତେ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ମଂଚାସୀନ ଅତିଥିମାନେ ଆମ ଦଳିତ ମହାପୁରୁଷଙ୍କ ଫଟୋଚିତ୍ରରେ ପୁଷ୍ପ ଦେଇ ଦୀପ ପ୍ରଜ୍ୱଳନ କରି ବୁଦ୍ଧ ବନ୍ଦନା ସହିତ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଭିନ୍ନ ଦଳିତ ଅନୁଷ୍ଠାନର କର୍ମକର୍ତ୍ତା ଯଥା ଖପ୍ରାଖୋଲ ବ୍ଲକ, ବେଲପଡା ବ୍ଲକ ଓ ପାଟଣାଗଡ ବ୍ଲକ ସଭାପତି ବୃୃନ୍ଦ ତଥା ସମ୍ବିଧାନ ସଚେତନତା ଅଭିଯାନର କର୍ମକର୍ତ୍ତା ହିମାଂଶୁ ବିଭାର, ଦଳିତ ଶିକ୍ଷକ ସଂଘର ସଭାପତି ବାସୁଦେବ ମୁଗ୍ରୀ, ସିଡ୍ସ ଅନୁଷ୍ଠାନର କର୍ମକର୍ତ୍ତା ରତିନ୍ଦ୍ର ରାୟ, ଜିଲ୍ଲା ଦଳିତ ବିକାଶ ମଂଚର ଭୁବନ ନାଗ, ଲକ୍ଷ୍ମଣ ଭରାସାଗର, ସୁରେଶ ମହାନନ୍ଦ, ଲବ ସୁନା, ଭୀମସେନାର ରମାକାନ୍ତ ରାବଣ ପ୍ରମୁଖ ସଂଗଠନକୁ କିପରି ମଜବୁତ କରାଯାଇ ପାରିବ ତା’ ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ଜିଲ୍ଲାରୁ ତଥା ବିଭିନ୍ନ ବ୍ଲକରୁ ଆସିଥିବା କର୍ମକର୍ତ୍ତା ଶହ ଶହ ସଂଖ୍ୟାରେ ଯୋଗ ଦେଇ ଅପରାହ୍ନ ଆଲୋଚନାଚକ୍ର ସେସନରେ ଗଠନମୂଳକ ମତ ଉପସ୍ଥାପନ କରିଥିଲେ । ଉକ୍ତ ସଭାରେ ବିସ୍ତୃତ ଆଲୋଚନା ପରେ ସ୍ଥିରିକୃତ ହେଲା ଯେ, ଆଗାମୀ ଦିନରେ ଆନ୍ଦୋଳାତ୍ମକ ପନ୍ଥା, ସମ୍ବିଧାନକୁ ଅନୁସରଣ ପୂର୍ବକ ପ୍ରତ୍ୟେକ ଜିଲ୍ଲାପାଳଙ୍କ ଜରିଆରେ କେଉଁଟ, କୈବର୍ତ୍ତ, ଧୀବରମାନଙ୍କୁ ଅନୁସୂଚୀତ ଜାତି ତାଲିକାରୁ ବାଦ ଦେବା ପାଇଁ ବିହିତ ତଦନ୍ତ ନିମନ୍ତେ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବାକୁ ସ୍ଥିର ହୋଇଥିଲା ।
ବଲାଙ୍ଗିର ଜିଲ୍ଲାସ୍ତରୀୟ ସଂଗଠନକୁ ମଜଭୁତ କରିବା ପାଇଁ ଏକ ପୂର୍ଣ୍ଣାଙ୍ଗ ଜିଲ୍ଲା କମିଟି ଗଠନ ନିମନ୍ତେ ସିଦ୍ଧାନ୍ତ ନିଆଯାଇ ସର୍ବସମ୍ମତି କ୍ରମେ ରତିନ୍ଦ୍ର ରାୟଙ୍କୁ ଜିଲ୍ଲା ସମନ୍ୱୟକାରୀ ଓ ଦିନେଶ ନାଗଙ୍କୁ ଯୁଗ୍ମ ସମନ୍ୱୟକାରୀ ଭାବେ ମନୋନୀତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସମସ୍ତ ବ୍ଲକର କମିଟି ଗଠନ ପରେ ଜିଲ୍ଲା କମିଟି ଗଠନ ନିମନ୍ତେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ସଭା ଶେଷରେ ପାଟଣାଗଡ ଉପଖଣ୍ଡର ଧନେଶ୍ୱର ନାଗଙ୍କ ଉଦ୍ବୋଧନ ଏବଂ ଓକିଲ ସୁଦର୍ଶନ ତାଣ୍ଡିଙ୍କ ଧନ୍ୟବାଦ ଜ୍ଞାପନ ସହ ସଭା ସାଙ୍ଗ କରାଯାଇଥିଲା ।