୨୭ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ

  • ୱେଷ୍ଟବେଙ୍ଗଲକୁ ହରାଇ ଛତିଶଗଡ଼ର ସେମିଫାଇନାଲରେ ପ୍ରବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ଖେଳପଡିଆଠାରେ ଚାଲିଥିବା ୨୭ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ୍‌ ଟୁର୍ଣ୍ଣାମେଣ୍ଟର ଆଜି ପଞ୍ଚମ ଦିବସରେ ୱେଷ୍ଟବେଙ୍ଗଲ ସାଇଲତା ଓ ଛତିଶଗଡ଼ ଫରେଷ୍ଟ କ୍ଲବ ମଧ୍ୟରେ ପୋଲ ‘ବି’ର ଦ୍ବିତୀୟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ମ୍ୟାଚ ଆରମ୍ଭରେ ପ୍ରଥମେ ଛତିଶଗଡ଼ ଟସ୍ ଜିଣି ବ୍ୟାଟିଂ ଆରମ୍ଭ କରି ନିର୍ଧାରିତ ୩୦ ଓଭରରେ ୩ ଉଇକେଟ ବିନିମୟରେ ୩୧୫ ଏକ ବିଶାଳ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ୱେଷ୍ଟବେଙ୍ଗଲ ଟିମ୍ ୩୧୬ ରନ୍‌ର ଲକ୍ଷ୍ୟ ନେଇ ମ୍ୟାଚରେ ସମସ୍ତ ଉଇକେଟ ହରାଇ ୨୩.୨ ଓଭରରେ ମାତ୍ର ୧୯୪ ରନ ସଂଗ୍ରହ କରିପାରିଥିଲା ଫଳରେ ୨୨୧ ରନରେ ଛତିଶଗଡ଼ ଦଳ ବିଜୟୀ ହୋଇ ପୋଲ ‘ବି’ର ସେମିଫାଇନାଲକୁ ପ୍ରବେଶ କରିଛି । ଛତିଶଗଡ଼ ଦଳର ଶଶାଙ୍କ ଚନ୍ଦ୍ରକାର ୫୭ ବଳରେ ୧୧୧ ଓ କ୍ରିତିଶ ସାହୁ ୭୨ ବଳରେ ୧୦୩ ରନ ସଂଗ୍ରହ କରିଥିଲେ । ଆଜି ପଞ୍ଚମ ଦିନର ଉଦ୍‌ଯାପିତ ସନ୍ଧ୍ୟା ଅବସରରେ ପଦ୍ମପୁର ଏନ୍‌ଏସି ଅଧ୍ୟକ୍ଷା ସାବିତ୍ରୀ ବାଗ, କାଉନସିଲର ଭାରତୀ ପଟ୍ଟନାୟକ, ପ୍ରିୟ ରଞ୍ଜନ ଭୋଇ, ସଂଯୁକ୍ତା ପୃଷ୍ଟି, ଖିର ସାନବର୍ଷା, କବିତା ସେଠ ପ୍ରମୁଖଙ୍କ ଉପସ୍ଥିତି ରେ ମୁଖ୍ୟ ଅତିଥି ସାବିତ୍ରୀ ବାଗ ଯୋଗଦେଇ ମେନ୍ ଅଫ୍ ଦି ମେଚ୍ ଭାବରେ ଛତିଶଗଡ଼ର ଶଶାଙ୍କ ଚନ୍ଦ୍ରକାରଙ୍କୁ ପୁରସ୍କୃତ କରିଥିଲେ । ଆସନ୍ତା ୧୫ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଏଥର ରାଜ୍ୟ ତଥା ରାଜ୍ୟ ବାହାରୁ ଆଠ ଟି ଦଳ ଯୋଗଦାନ ଦେଉଛନ୍ତି । ଆସନ୍ତା ୧୫ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ଟୁର୍ଣ୍ଣାମେଣ୍ଟରେ ବିଜେତା ଦଳଙ୍କୁ ୬୦ ହଜାର ନଗଦ ରାଶି ସହ ବୋରା ସମ୍ବର ଟ୍ରଫି, ଉପବିଜେତା ଦଳକୁ ୪୦ ହଜାର ନଗଦ ରାଶି ସହ ଟ୍ରଫି ପ୍ରଦାନ କରିବା ପାଇଁ ଘୋଷଣା ହୋଇଛି । ଆଜିର ପଞ୍ଚମ ଦିନର ମ୍ୟାଚକୁ ଅମ୍ପାୟାର ବିଶ୍ବମ୍ବର ମହାକୁଡ ଓ ଚନ୍ଦ୍ରକାନ୍ତ ପାଢୀ ପରିଚାଳନା କରିଥିବା ବେଳେ ସ୍କୋରର ଭାବରେ ଅମରେଶ ବେହେରା ଓ ରିଙ୍କୁ ସିଂହ ପରିଚାଳନା କରୁଥିଲେ । ଆସନ୍ତା ଶନିବାର ପୋଲ ‘ବି’ର ସେମିଫାଇନାଲ କଟକ ଓ ଛତିଶଗଡ଼ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ।

Leave A Reply

Your email address will not be published.

error: Content is protected !!