ପୁଟିଗାଁଠାରେ ଅପରିଚିତ ଗଳିତ ଶବ ଉଦ୍ଧାର

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୁଟିଗାଁ ଶିବ ମନ୍ଦିର ନିକଟସ୍ଥ ନଦୀଘାଟଠାରୁ ପ୍ରାୟ ଶହେ ମିଟର ଦୂରରେ ବୁଦା ମୂଳେ ଏକ ଅଜଣା ଗଳିତ ଶବ ଉଦ୍ଧାର ହେବା ପରେ ଏହି ଘଟଣାଟି ଅଞ୍ଚଳରେ ଆଲୋଚନାର ବିଷୟ ବସ୍ତୁ ପାଲଟିଛି । ତେବେ କୌଣସି ସୂତ୍ରରୁ ସୂଚନା ପାଇ ଘଟଣା ସ୍ଥଳରେ ମ. ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପଧାନ, କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଏସ୍‌ଆଇ ବଂଶୀଧର ସାମଲ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟ ପଟେ ଅଜଣା ଶବଟି ବହୁତ ଦିନର ହୋଇଥିବାରୁ ଶବକୁ ଚିହ୍ନଟ କରିବା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଶବର ମୁଣ୍ଡ ଗଛ ଡାଳରେ ଲଟକି ରହିଥିବା ବେଳେ ବାକି ଅଂଶ ତଳେ ପଡିଛି ଏବଂ ଶରୀରର ବହୁ ଅଂଶ ନଥିବା ଦେଖାଯାଉଛି । ଏହା ପୁରୁଷ ନା ସ୍ତ୍ରୀ ଲୋକ ସ୍ପଷ୍ଟ ହୋଇନାହିଁ । ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.

error: Content is protected !!