ସାଲେପାଲିରେ ୧୯ତମ ଗୋବିନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ସାଲେପାଲି ଗ୍ରାମରେ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୯ତମ ଗୋବିନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଆଜି ଉଦ୍‌ଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଭଲିବଲ୍ ଖେଲାଳି ସୁକାନ୍ତ ପାଣିଗ୍ରାହୀ ଯୋଗଦେଇ ଖେଲାଳିମାନଙ୍କୁ ନିଜ ବକ୍ତବ୍ୟରେ ଖେଳ ବିଷୟରେ ଅନେକ କଥା କହିଥିଲେ । ଏହି ଅବସରରେ ଗୋବିନ୍ଦ ଧରୁଆଙ୍କ ପୁଅ ଜିତେନ୍ଦ୍ର ଧରୁଆ, ଜେବିଡି ସଭାପତି ଶୁକ୍ରୁ ପଧାନ, ସତ୍ୟ ନାରାୟଣ ମେହେର ମଞ୍ଚାସୀନ ଥିଲେ । ଏହି ଟୁର୍ଣ୍ଣାମେଣ୍ଟ ୧୬ଟି ଦଳକୁ ନେଇ ଆରମ୍ଭ ହୋଇଥିବା ବେଳେ ଆଜି ପ୍ରଥମ ମ୍ୟାଚରେ ସାଲେପାଲି ଏବଂ ଦୁର୍ଗାପାଲି ମଧ୍ୟରେ ଖେଳ ଚାଲିଥିଲା । କଡା ଟକ୍କର ମଧ୍ୟରେ ଦୁର୍ଗାପାଲି ଦଳ ମ୍ୟାଚଟିକୁ ଜିତିଥିଲା । ରବିବାର ଏହାର ଫାଇନାଲ ମ୍ୟାଚ୍‌ ହେବ ବୋଲି କ୍ଲବ ପକ୍ଷରୁ କୁହାଯାଇଛି । ଆଜିର ଖେଳରେ ତରୁଣ ସେଟ୍, ଚିକୁ ପଧାନ, ଖିରୋଦ୍ର ଧରୁଆ, ପିଣ୍ଟୁ ଧରୁଆ, ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!