jayashree

ଅଘରିଆ ସମାଜର ବୈଠକ

ଝାରମୁଣ୍ଡା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ କୁଶଙ୍ଗଠାରେ ଅଖିଳ ଭାରତୀୟ ଅଘରିଆ ସମାଜର ଏକାଦଶ କାର୍ଯ୍ୟକାରୀ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୮ଟି ଗୁଡ଼ିର ସଭାପତି ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସାମାଜିକ ଉନ୍ନତି ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ଗରିବ ତଥା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସହଯୋଗ କରିବା ପାଇଁ ସମାଜର ଦାତାମାନେ ପ୍ରାୟ ୪ ଲକ୍ଷ ଟଙ୍କା ସହଯୋଗ ରାଶି ଦେଇଥିଲେ । ଏହାକୁ ନେଇ ଏକ ଶିକ୍ଷା ବିକାଶ କମିଟି ଗଠିତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.