oom

ମାନବିକତା ଦେଖାଇଲେ ପୌରାଧ୍ୟକ୍ଷା ଲିକା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନବିକତା ଦେଖାଇଲେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ସୂଚନାଯୋଗ୍ୟ ଯେ, ବସ୍ତି ବାସିନ୍ଦାଙ୍କ ରାଲିରେ ଜଣେ ଗରିବ ଶ୍ରେଣୀର ବୃଦ୍ଧା ନିଜର ଶରୀର ଅସୁସ୍ଥ ଥାଇ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିଜର ଭିଟାମାଟି ବଞ୍ଚାଇବାର ଆଶାରେ ଆସି ଅସୁସ୍ଥ ହୋଇ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି ହୋଇ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି । ଏହି ଖବର ପାଇ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମାନବିକତା ଓ ମହାନତା ଦୃଷ୍ଟିରୁ ମେଡିକାଲ ଯାଇ ବୃଦ୍ଧା ଜଣଙ୍କୁ ମା’ ସମ୍ବୋଧନ କରି ତାଙ୍କ ସହିତ ଦି’ ପଦ କଥା ହୋଇ ସମସ୍ତ ଖର୍ଚ୍ଚ ଜିଲ୍ଲା ପ୍ରଶାସନ କରିବ ବୋଲି ସମ୍ପର୍କିୟ ଓ ତାଙ୍କ କାଉନସିଲର ଶମ୍ଭୁ ନାଗଙ୍କୁ ପ୍ରତିଶୃତି ଦେଇଛନ୍ତି । ଏହି ଅବସରରେ ଶ୍ରୀମତୀ ସାହୁଙ୍‌ଙ୍କ ସଂ ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, ବରିଷ୍ଠ କାଉନସିଲର ଶମ୍ଭୁ ନାଗ ଓ କାଉନସିଲର ଶତୃଘନ ବାଗ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.