ମଝି ସମୁଦ୍ରରେ ଗୋଷ୍ଠୀ ସଂଘର୍ଷ : ୨ ମତ୍ସ୍ୟଜୀବୀ ଆହତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ମାଛ ଧରିବାକୁ ଯାଇଥିବା ୨ ଗୋଷ୍ଠୀ ମତ୍ସ୍ୟଜୀବୀଙ୍କ ମଧ୍ୟରେ ସଂଘର୍ଷ ଘଟି ଗୋଟିଏ ପକ୍ଷରୁ ୨ ଜଣ ଆହତ ହୋଇଥିବା ଜଣାପଡିଛି । ଆହତ ଦୁହେଁ ହେଲେ ପେଣ୍ଠକଟାର ଓ.ଶିବା(୨୦) ଓ ସିଏଚ୍‌. ଗୋବିନ୍ଦ(୨୦) । ଉଭୟଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପେଣ୍ଠକଟାର କୋଡା ଜଗଥା ଓ ତା’ର ୭ ଜଣ ସହଯୋଗୀଙ୍କ ବିରୋଧରେ ପେଣ୍ଠକଟା ମେରାଇନ୍‌ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.