ସେଞ୍ଚୁରିଅନ ପବ୍ଲିକ ସ୍କୁଲ ଓ ହେଲୋ କିଡ଼ସ୍‌ ସ୍କୁଲର ବାର୍ଷିକ ଉତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାର୍ଷିକ ଉତ୍ସବ ଯେକୌଣସି ଅନୁଷ୍ଠାନର ଉପଲବ୍ଧି ଓ ଆତ୍ମ ବିଶ୍ଲେଷଣ ପାଇଁ ଆବଶ୍ୟକ ହୋଇଥାଏ । ଏଇ ଆଭିମୁଖ୍ୟ ନେଇ ଆଜି ସେଞ୍ଚୁରିଅନ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ବଲାଙ୍ଗିର ସହରରେ ଅବସ୍ଥିତ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ସହରର ବିଶଷ୍ଟ ଶିକ୍ଷାବିତ ଭବାନୀପାଟଣା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଡ଼. ଶିବ ପ୍ରସାଦ ନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପୂର୍ବାହ୍ନ ୧୦ଟାରେ ମୁଖ୍ୟ ଅତିଥି ଦୀପ ପ୍ରଜ୍ୱଳନ କରି ଉତ୍ସବର ଉଦ୍‌ଘାଟନ କରିଥିଲେ । ଛାତ୍ରଛାତ୍ରୀମାନେ, ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ନବମ ଶ୍ରେଣୀର ଛାତ୍ର ପ୍ରତ୍ୟୁଷ ମହାକୁର ଓ ନବମ ଶ୍ରେଣୀର ଛାତ୍ରୀ ଦିଶା ଅଗ୍ରୱାଲ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ଆଗାମୀ ଭବିଷ୍ୟତ ପାଇଁ ପଥ ପ୍ରସ୍ତୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ହେଲୋ କିଡ଼ସ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସୁଷମା ମୁଣ୍ଡ ଉପସ୍ଥିତ ରହି ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ସେମାନେ ଜୀବନେ କଠିନ ଅଧ୍ୟବସାୟ କରନ୍ତୁ ଓ ଅନୁଷ୍ଠାନ ପାଇଁ ଗୌରବ ଆଣନ୍ତୁ । ଏହାପରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥଲା । ସେଞ୍ଚୁରିଅନ ବିଦ୍ୟାଳୟର ସପ୍ତମର ଛାତ୍ରୀ ମେହେର ଦୀପ କୌର ବେଷ୍ଟ ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର ପୁରସ୍କାରରେ ପୁରସ୍କୃତ ହୋଇଥିଲେ । ସେହିପରି ଭାବରେ ହେଲୋ କିଡ଼ସ ବିଦ୍ୟାଳୟର (ଏଲ୍‌କେଜିଜି) ଶ୍ରେଣୀର ଛାତ୍ରୀ ନିତ୍ୟା ବିହାନୀ (ବେଷ୍ଟ ଷ୍ଟୁଡେଣ୍ଟ ଅଫ ଦ ଇଅର) ଭାବରେ ପୁରସ୍କୃତ ହୋଇଥିଲେ । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଚିତ୍ତାକର୍ଷକ ସଂଗୀତ ଓ ନୃତ୍ୟ ଦ୍ୱାରା ପ୍ରାରମ୍ଭ ହୋଇଥିଲା । ଏହି କ୍ରମରେ ଅନୁଷ୍ଠାନର ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀମାନେ ସଂଗୀତ, ନୃତ୍ୟ ଓ ନାଟକ ପରିବେଷଣ କରିଥିଲେ । ପରିଶେଷରେ ଧନ୍ୟବାଦ ଅର୍ପଣ ସମାରୋହ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ସୌମ୍ୟ ରଂଜନ ମଲ୍ଲିକଙ୍କ ଦ୍ୱାରା ସମାପିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ଏପରି ଏକ ଚିତ୍ତାକର୍ଷକ ଓ ଆକର୍ଷଣୀୟ ଉତ୍ସବର ଆୟୋଜନ ପାଇଁ ଅଭିଭାବକ ଓ ଅଭିଭାବିକା ମାନେ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କର ଭୁୟସୀ ପ୍ରଶଂସା କରିଥିଲେ । ବାସ୍ତବରେ ଉତ୍ସବଟି ଅନୁକରଣୀୟ ହୋଇଥିବା ସଙ୍ଗେ ସଙ୍ଗେ ସହରରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି ଓ ଅନୁଷ୍ଠାନକୁ ପ୍ରସଂଶାର ସୁଅ ଛୁଟୁଛି ।

Leave A Reply

Your email address will not be published.