ଜାଗୃତି ମହିଳା ମଣ୍ଡଳ ପକ୍ଷରୁ “ଜାଗୃତି” ପତ୍ରିକା ପ୍ରକାଶିତ

ବୁର୍ଲା : ଏମ୍‌ସିଏଲ୍‌ ସହିତ ତାଳରେ ତାଳ ମିଶାଇ ଜାଗୃତି ମହିଳା ମଣ୍ଡଳ କ୍ରମାଗତ ଭାବରେ “ବସୁଧୈବ କୁଟୁମ୍ବକମ୍”ର ପ୍ରେରଣା ସହିତ ନିଜ ନାମରେ ସମାଜରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । “ଜାଗୃତି” ପତ୍ରିକାର ପ୍ରକାଶନ ଅତ୍ୟନ୍ତ ଆନନ୍ଦଦାୟକ ବିଷୟ । ଏହି ପତ୍ରିକା ଜାଗୃତି ମହିଳା ମଣ୍ଡଳର ଅଧ୍ୟକ୍ଷା ତଥା ଉପ ଅଧ୍ୟକ୍ଷାଙ୍କ ମାର୍ଗଦର୍ଶନରେ ନିକଟ ତଥା ଦୂରଦୂରାନ୍ତରରେ କରାଯାଇଥିବା ବିଭିନ୍ନ ସେବା କାର୍ୟ୍ୟକଳାପର ଏକ ଦର୍ପଣ ଅଟେ । ଏହି ପତ୍ରିକା ମାଧ୍ୟମରେ ଜନସାଧାରଣ ଜାଗୃତି ମହିଳା ମଣ୍ଡଳର ସଦସ୍ୟାମାନଙ୍କ ସହଯୋଗ ଏବଂ ସୃଜନଶୀଳ ପ୍ରତିଭାର ସମ୍ମୁଖୀନ ହେବେ ବୋଲି ଶୁଭେଚ୍ଛା ଜଣାଇ ଜାଗୃତି ମହିଳା ମଣ୍ଡଳର ସହ ସଚିବ ଅଳକା ମେହେର କହିଛନ୍ତି ।

Leave A Reply

Your email address will not be published.