jsm

ସଇଁତଲାରେ ଇଂରାଜୀ ମିଡିୟମ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଘାଟିତ

csstore

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ରାଜେନ୍ଦ୍ର ନାରାୟଣ ସିଂଦେଓ ଷ୍ଟାଡିୟମଠାରେ ସଇଁତଲା ଇଂରାଜୀ ମିଡିୟମ ବିଦ୍ୟାଳୟର ବାଳକ ଓ ବାଳିକାମାନଙ୍କୁ ନେଇ ବାର୍ଷିକ କ୍ରୀଡା ଉଦ୍‌ଘାଟିତ ହୋଇଯାଇଛି । ଏହି କ୍ରୀଡାରେ ବିଦ୍ୟାଳୟର ପ୍ରିନ୍‌ସିପାଲ ସୁଜାତା ବାରିକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ସଇଁତଲା ବ୍ଲକ ଉପାଧ୍ୟକ୍ଷ ତଥା କଂଗ୍ରେସ ବ୍ଲକ ସଭାପତି ଗୁଣସାଗର ମାଝୀ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଉକ୍ତ ସଭାରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓଡିଶା ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମା ଯୋଗଦାନ କରି କ୍ରୀଡାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଶେଷରେ ଶିକ୍ଷୟତ୍ରୀ ବିଜୟଲଷ୍ମୀ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କ୍ରୀଡାରେ ୫୦ ମିଟର, ୧୦୦ ମିଟର ଦୌଡ, ଲମ୍ବଡିଆଁ, ଉଚ୍ଚଡିଆଁ ତଥା ବିଭିନ୍ନ ୧୨ ଗୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ୨୨୦ ଜଣ ବାଳିକା ଓ ବାଳକମାନେ ଅଂଶ ଗ୍ରହଣ କରିଥିଳେ । ଭିକ୍ଟୋରିୟା ନାଗ, ସୁନିତା ଦୋରାଙ୍କ ତତ୍ତ୍ୱାବଧାନରେ କ୍ରୀଡା ପରିଚାଳନା ହୋଇଥିବା ବେଳେ କରିସ୍ମା ପି. ବଗର୍ତି, ମୌସୁମୀ ତାଣ୍ଡି, ଦୀପ୍ତି ମହାନନ୍ଦ, ସଂଗୀତା ଦୀପ, ପ୍ରଭାତୀ ହରପାଳ, ଗୀତାଞ୍ଜଳି ତାଣ୍ଡି, ରେଣୁକା ସାହୁ, ଆରତୀ ମାଝୀ, ବିଶ୍ୱ ସିଂ ବାବୁ, ଗୌତମ ହରପାଳଙ୍କ ସମେତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.