ପଦ୍ମପୁରରେ ଚିତ୍ରଗୁପ୍ତ ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜାଜୀ ଟାଉନ ହଲ ପରିସରରେ ଚିତ୍ର ଗୁପ୍ତ କଲ୍ୟାଣ ସଂଘ ତରଫରୁ କରଣ ସମାଜର ଇଷ୍ଟ ଦେବତା ଚିତ୍ରଗୁପ୍ତଙ୍କ ପୂଜାନୋତ୍ସବ କୋଭିଡ ନିୟାମବଳୀ ଆଧାରରେ ଅନୁଷ୍ଠିତ ହୋଇଯାଇଛି । ରୀତିନୀତି ଅନୁସାରେ ନିଡାମ୍ବର ଭାବେ ଅନୁଷ୍ଠିତ ଏଇ ପୂଜାନୋତ୍ସବ ରେ ପୂର୍ବ ବର୍ଷ ଭଳି ଭଡି ନଥିଲେ ବି ଅନେକ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ । ସାଜସଜ୍ଜା, ସାଂସ୍କୃତିକ କାର୍ୟ୍ୟକ୍ରମ, ସଭା ତଥା ଅନ୍ନଭୋଗ କାର୍ୟ୍ୟକ୍ରମକୁ ଏ ଥରକ ବାତିଲ୍ କରି ଦିଆ ଯାଇଥିଲା । କରଣ ସମାଜର ଯୁବ ଗୋଷ୍ଠୀ ସମଗ୍ର ଉତ୍ସବର ପରିଚାଳନା ଦାୟିତ୍ବ ନେଇଥିଲେ । ପଣ୍ଡିତ ଅତ୍ରାହୀ ଭଂଜନ ପାଣିଗ୍ରାହୀ ପୂଜା କାର୍ୟ୍ୟ ନିର୍ବାହୀ କରିଥିବା ବେଳେ ଅଶୋକ କୁମାର ବହିଦାର କର୍ତ୍ତା ଭାବେ ଦାୟିତ୍ୱ ତୁଲାଇ ଥିଲେ ।

Leave A Reply

Your email address will not be published.