oom

ଦୁଇ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସୋଲାର ଖେଳ ପଡିଆରେ ଦୁଇ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ସୋଲାର କ୍ରିକେଟ କ୍ଲବର ସଦସ୍ୟମାନଙ୍କ ପ୍ରଚେଷ୍ଟାରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଯୁବପିଢ଼ିଙ୍କୁ ଖେଳ ପ୍ରତି ଉତ୍ସାହ କରିବା ଉଦ୍ଦେଶ୍ୟରେ ସୋଲାର କ୍ରିକେଟ କ୍ଲବର ସଭାପତି ଶଶାଙ୍କ ଶେଖର ପଣ୍ଡା, ସମ୍ପାଦକ ପଦ୍ମନାଭ ରାଉତ ଓ ଅଶୋକ ପାଢୀ ସହିତ ବଳଭଦ୍ର ସାହୁଙ୍କ ମିଳିତ ଉଦ୍ୟମରେ ଆୟୋଜିତ ହୋଇଯାଇଛି । ଏଥିରେ ସମୁଦାୟ ୯ଟି ଦଳ ଭାଗ ନେଇଥିଲେ । ଭାଗ ନେଇଥିବା ଦଳ ଗୁଡିକ ହେଲେ ସୋଲାର କ୍ରିକେଟ କ୍ଲବ, ରାମେଶ୍ଵର ନଗର କ୍ରିକେଟ କ୍ଲବ, ପାୱାର ହିଟର୍ କ୍ରିକେଟ କ୍ଲବ, ଇଭିନିଂ ବ୍ଲାଷ୍ଟର କ୍ରିକେଟ କ୍ଲବ, ମର୍ଣ୍ଣିଂ ବ୍ଲାଷ୍ଟର କ୍ରିକେଟ କ୍ଲବ, ଇଲେଭେନ ଷ୍ଟାର କ୍ରିକେଟ କ୍ଲବ, ସୁପର ସିକ୍ସର କ୍ରିକେଟ କ୍ଲବ, ଇଲେଭେନ ବ୍ରଦର କ୍ରିକେଟ କ୍ଲବ, ଜୟ ଜଗନ୍ନାଥ କ୍ରିକେଟ କ୍ଲବ ଭାଗ ନେଇଥିଲେ । ବିଜେତା ଇଭିନିଂ ବ୍ଲାଷ୍ଟର କ୍ରିକେଟ କ୍ଲବ ହୋଇଥିବା ବେଳେ ଦ୍ଵିତୀୟ ସ୍ଥାନରେ ମର୍ଣ୍ଣିଂ ବ୍ଲାଷ୍ଟର କ୍ରିକେଟ କ୍ଲବ ରହିଥିଲେ ।

jittmm
Leave A Reply

Your email address will not be published.