ସାଇବର ଲୁଟେରାଙ୍କ ଟାର୍ଗେଟ୍‌ରେ ନାବାଳିକା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : କଟକ ମହାନଗରରେ ପ୍ରଥମ ଥର ପାଇଁ ହେଲା ଭିନ୍ନ ଧରଣର ସାଇବର ଠକେଇ । ସବୁ ଦିନିଆ ଅନ୍‌ଲାଇନ ଜିନିଷ ମଗାଉଥିବା ଯୁବତୀଙ୍କୁ ଟାର୍ଗେଟ କଲେ ସାଇବର ଲୁଟେରା । ପ୍ରଥମେ ଅନ୍‌ଲାଇନ ଡେଲିଭରି ଓ ପରେ ସେଥିରୁ ବାହାରିଲା ଦୁର୍ଗନ୍ଧ କପଡ଼ା । ଏହାପରେ ଟଙ୍କା ରିଫଣ୍ଡ ପାଇଁ କହି ଫୋନ ପେ ଲିଙ୍କ୍ ମାଧ୍ୟମରେ ଲୁଟି ନେଲେ ଲୁଟେରା । ତେବେ ଏହି ଗାଙ୍ଗର ଉତ୍ପତ୍ତି ପଡ଼ୋଶୀ ରାଜ୍ୟ ମାନଙ୍କରେ ହିଁ ଦୃଷ୍ଟି ଗୋଚର ହୋଇଥିବା ମନେ ହୁଏ । ଯାହା ନିରୀହ ଓ ବେଶୀ ଅନ୍‌ଲାଇନ ବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କୁ ଟାର୍ଗେଟ କରିଥାନ୍ତି । ବିଗତ ଦିନ ମାନଙ୍କରେ ଅନେକ ସାଇବର ଲୁଟ ସାମ୍ନାକୁ ଆସିଥିବା ବେଳେ ଏହିଭଳି ଘଟଣା ହୁଏତ ଓଡ଼ିଶାରେ ପ୍ରଥମ । ସୂଚନା ଅନୁସାରେ କଟକ ନୂଆ ବଜାର ଅଞ୍ଚଳର ଜଣେ ନାବାଳିକାଙ୍କୁ ନିଜର ଅନ୍‌ଲାଇନ ଅର୍ଡର ରିସିଭ କରିବା ପାଇଁ ଇ-କାର୍ଟରୁ ଏକ କଲ ଆସିଥିଲା । ନାବାଳିକା ଜଣକ ଘରେ ନଥିବାରୁ ତାଙ୍କ ମା’ଙ୍କୁ କଲ କରି କହିଥିଲେ ଅନ୍‌ଲାଇନ ଅର୍ଡର ଟିକୁ ରିସିଭ କରିବା ପାଇଁ । ଏହାପରେ ନାବାଳିକାଙ୍କ ମାଆ ୪୦୦ ଟଙ୍କା କ୍ୟାସ ଦେଇ ଅର୍ଡରକୁ ରିସିଭ କରିଥିଲେ । ହେଲେ ତା’ ଭିତରୁ ଦୁର୍ଗନ୍ଧ କପଡ଼ା ବାହାରିଥିଲା । ଯାହା ଫଳରେ ଏହାକୁ ଫେରସ୍ତ କରିବା ପାଇଁ ଉକ୍ତ ନମ୍ବରରେ ଡେଲିଭରି ବଏ (ପୁଅ) ସହ ଯୋଗାଯୋଗ କରିଥିଲେ । ଏହାପରେ ସାଇବର ଲୁଟେରା ତାଙ୍କୁ ମାଗିଥିଲେ ଆପଣଙ୍କ ଫୋନ ପେ ନମ୍ବର ଅଛି ଯଦି ଦିଅନ୍ତୁ ଆମେ ଆପଣଙ୍କ ଟଙ୍କାକୁ ଫୋନ ପେ ମାଧ୍ୟମରେ ଫେରସ୍ତ କରିଦେବୁ କହି ଏପରି ଭାବେ ତାଙ୍କୁ ଠକି ନେଇଥିବା ଉକ୍ତ ନାବାଳିକା କହିଛନ୍ତି ।

Leave A Reply

Your email address will not be published.

error: Content is protected !!