ଆରଆଇଟିରେ ମାନବ ଅଧିକାର ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : କଲୁଙ୍ଗା ସ୍ଥିତ ଆରଆଇଟିରେ ବିଶ୍ୱ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । ଇନଷ୍ଟିଚ୍ୟୁଟ୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ଅଧ୍ୟାପକ ପ୍ରମୋଦ କୁମାର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥି ଦ୍ବୟ ସେମାନଙ୍କ ବକ୍ତବ୍ୟ ରେ କହିଲେ ଯେ ଚଳିତ ବର୍ଷ ବାର୍ତ୍ତା ରହିଛି ଯେ, ସମସ୍ତଙ୍କ ପାଇଁ ସମ୍ମାନ, ସ୍ୱାଧୀନତା ଏବଂ ନ୍ୟାୟ । ମାନବିକ ଅଧିକାର ସୁରକ୍ଷା ପାଇଁ ସମଗ୍ର ବିଶ୍ୱ ବର୍ତ୍ତମାନ ଅନେକ ଅଦୃଶ୍ୟ ତଥା ଅବାସ୍ତବ ଆହ୍ୱାନର ସମ୍ମୁଖୀନ ହେଉଛି । ସଂପ୍ରତି ମାନବିକ ଅଧିକାର ଯଥା ନାଗରିକ, ସାଂସ୍କୃତିକ, ଅର୍ଥନୈତିକ, ରାଜନୈତିକ ଓ ସାମାଜିକ ଅଧିକାର ଆଦିକୁ ସୁରକ୍ଷା କରିବା ପାଇଁ ପ୍ରତିବଦ୍ଧତା ପ୍ରତି ଏକ ଆହ୍ୱାନ ସୃଷ୍ଟି କରୁଛି । ମଣିଷ ହୋଇ ମଣିଷ ପରି ବଂଚିବା ସମସ୍ତଙ୍କର ଅଧିକାର । ଏଥିରୁ ତିଳେ ମାତ୍ର ବିଚ୍ୟୁତି ମାନବ ଅଧିକାର ଉଲଂଘନରେ ଗଣା ହେବ । ତେବେ ଅତିଥି ଦ୍ୱୟ ଏଥିପାଇଁ ସଚେତନତାକୁ ଗୁରୁତ୍ୱାରୋପ କରିଥିଲେ । ଶେଷରେ ଫେଲିକ୍ସ ଖେସ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ରଥ, ସୂର୍ଯ୍ୟକାନ୍ତ ପରିଡା, ଶଙ୍କର ପ୍ରଧାନ, ଅଜୟ ବେହେରା, ପ୍ରତାପ ସାମଲ, ଲୁସି ଲାକ୍ରା, ଅଞ୍ଜଳି କୁଲୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.