ମହାଲକ୍ଷ୍ମୀ ପୂଜା ଉଦ୍‌ଯାପିତ

ଭାଲୁମୁଣ୍ଡା, (କେପିଏନ୍‌ଏସ୍‌) : ଭାଲୁମୁଣ୍ଡା ବରଗଛପଡା ମେହେର କ୍ଲବ ପକ୍ଷରୁ ଚାଲିଥିବା ୨୨ତମ ମହାଲକ୍ଷ୍ମୀ ପୂଜା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ନୃତ୍ୟ ପ୍ରତିଯୋଗିତା ହୋଇଥିଲା । ଏଥିରେ ମହୀନ୍ଦ୍ର ମେହେର ମୁଖ୍ୟ ଅତିଥି, ପୂର୍ବ ସରପଞ୍ଚ ଉପେନ୍ଦ୍ର ମେହେର, ବସନ୍ତ ମେହେର, ଶ୍ୟାମ ସାହୁ, ସମାଜସେବୀ ଯୋଗୀନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ୧୪ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ୩ ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କ୍ଲବ ସଭାପତି କ୍ଷୀରସିନ୍ଧୁ ମେହେର, ସମ୍ପାଦକ ଚିନ୍ତାମଣି ମେହେର, ପଣ୍ଡୁ ମେହେର, ଗୋବିନ୍ଦ ମେହେର, ଜଗନ୍ନାଥ ମେହେର, ଟଙ୍କ ମେହେର, ପର୍ଶୁ ମେହେର, ଅମିତ ମେହେର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.