ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଲାଠୋର, (କେପିଏନ୍‌ଏସ୍‌) : ଲାଠୋର ବସ୍‌ଷ୍ଟାଣ୍ଡ ଠାରେ ଶୁକ୍ରବାର ରାଇଟ୍‌ ଟୁ ଫାଇଟ ଅନୁଷ୍ଠାନ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୩୮ ଜଣଙ୍କ ଚକ୍ଷୁ ଚିକିତ୍ସା କରାଯାଇଥିଲା । ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ୫୨ ଜଣଙ୍କୁ ଟିଟିଲାଗଡ ପଠାଯାଇଥିଲା । ଅନୁଷ୍ଠାନର ସଭାପତି ସୁଶୀଲ ଅଗ୍ରୱାଲ, ପ୍ରକାଶ ଚନ୍ଦ୍ର ବେହେରା, ଘନଶ୍ୟାମ ସରାଫ, ଜଗା ମେହେର, ଜୟଦେବ ଷାଣ୍ଢ, ଦେବାଶିଷ ମେହେର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.