oom

କବିତା : ଈର୍ଷା

jsmm
  • ଦେବେନ୍ଦ୍ର ଲାଲ

ଗୋଲାପ ଗଛରେ ଫୁଟି ଥିଲେ
ଗୋଲାପି ରଙ୍ଗର
ଅନେକ ଗୋଲାପ ଫୁଲ

ତା’ର ଅତି ନିକଟକୁ
ଫୁଟି ଥିଲେ
କିଛି ଲାଲ୍ ମନ୍ଦାର

ତା’ ଠୁ କିଛି ହାତ ଦୂରେ
ଫୁଟି ଖୁସି ଥିଲେ
ହଳଦୀ ରଙ୍ଗର
କିଛି ଗେଣ୍ଡୁ ଫୁଲ

ପୁଣି, ସେଇ ଗେଣ୍ଡୁ ଗଛ ମୂଳେ
ଫୁଟି ଥିଲେ
କିଛି ଈଷତ୍ ନୀଳ ରଙ୍ଗର
ଛୋଟ ଛୋଟ ଆଜ୍ଞାତ
ଘାସ ଜାତୀୟ ଫୁଲ…

ମୁଁ ବଗିଚାରେ ବୁଲି ଦେଖୁଥିଲି,
ସେମାନେ
କେହି କାହାକୁ ଈର୍ଷା କରୁନଥିଲେ…
ଏହା ଆଶ୍ଚର୍ୟ୍ୟ ନୁହେଁ କି ??

jittmm
Leave A Reply

Your email address will not be published.