ମତେ ଫସାଇ ଦିଆଯାଇଛି, ମୁଁ କାହାକୁ ଛାଡିବିନି : ବହୁଚର୍ଚ୍ଚିତ ମହିଳା ବ୍ଲାକମେଲର୍‌ ଅର୍ଚ୍ଚନା ନାଗ

ଭୁବନେଶ୍ୱର : ଅର୍ଚ୍ଚନା ନାଗଙ୍କୁ ଆଜିଠୁ ଇଡି ରିମାଣ୍ଡରେ ନେଇଛି । ତେବେ ରିମାଣ୍ଡକୁ ଯିବା ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ କ୍ୟାପିଲାଟ ହସପିଟାଲ ନିଆଯାଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ଅର୍ଚ୍ଚନାଙ୍କ ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରିଥିଲେ । ଅର୍ଚ୍ଚନା ଗଣମାଧ୍ୟମର ଆଗରେ ଉତ୍ତର ରଖିଥିଲେ । ସେ କହିଲେ, ମତେ ମାତ୍ର ୩୦ ମିନିଟ ସମୟ ଦିଆଯାଉ, ମୁଁ ଏମିତି ତଥ୍ୟ ଦେବି ଯେ ରାଜ୍ୟ ଦୋହଳି ଯିବ । ମତେ ଫସାଇ ଦିଆଯାଇଛି । ମୁଁ କାହାକୁ ଛାଡିବିନି । ମୁଁ କଣ ଆତଙ୍କବାଦୀ, ମୋ ୫ ବର୍ଷର ଛୁଆର ଲୁହ ପଡିବ । ସେ ଆହୁରି କହିଥିଲେ ଯେ, କେବଳ ଇଡି କାହିଁକି ଯେତେ ବଡ଼ ତଦନ୍ତକାରୀ ସଂସ୍ଥା ଆସିଲେ ବି ମୁଁ ସମସ୍ତ ପ୍ରକାରର ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛି ।

Leave A Reply

Your email address will not be published.

error: Content is protected !!