ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଜିଲ୍ଲାର ୫ଟି ୟୁଏଲ୍‌ବିର ସ୍ୱଚ୍ଛ ସାଥୀ ସୁପରଭାଇଜର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାର ୫ଟି ୟୁଏଲ୍‌ବି ଯଥା କଣ୍ଟାବାଞ୍ଜି, ଟିଟିଲାଗଡ, ତୁଷୁରା, ପାଟଣାଗଡ, ବଲାଙ୍ଗିରର ସ୍ୱଚ୍ଛ ସାଥୀ ସୁପରଭାଇଜର ମହିଳାମାନେ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ୪ ଦଫା ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ରରେ ଉଲ୍ଲେଖ ଥିବା ଦାବୀ ଗୁଡ଼ିକ ହେଲା ପ୍ରଥମେ ଆମ୍ଭମାନଙ୍କର ନିଯୁକ୍ତିକୁ ସ୍ଥାୟୀ କରାଯାଉ, ବର୍ତ୍ତମାନ ପ୍ରଚଳିତ ଦରଦାମ ବୃଦ୍ଧିରେ ଆମକୁ ମିଳୁଥିବା ଆର୍ଥିକ ଅନୁଦାନକୁ ଦେଇ ଗୁଜୁରାଣ ଏକ ପ୍ରକାର ଅସମ୍ଭବ ହୋଇପଡୁଛି । ତେଣୁ ଆମ୍ଭମାନଙ୍କର ଦରମା ବୃଦ୍ଧି କରାଯାଉ, ଯେହେତୁ ଆମ୍ଭେମାନେ ମହିଳା କର୍ମଚାରୀ ଆମ୍ଭମାନଙ୍କୁ ପ୍ରସୁତିକାଳୀନ ୩ଟି ଛୁଟି ପ୍ରଦାନ କରାଯାଉ, ଆମ୍ଭେମାନେ କରୁଥିବା କାର୍ଯ୍ୟସ୍ଥଳରେ ଯେକୌଣସି ଅସୁବିଧା ହେଲେ ଅଫିସ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହି ଅବସରରେ ପାଟଣାଗଡ଼ ସୁପର ଭାଇଜର ବିଜୟଲକ୍ଷ୍ମୀ ମେହେର, ସଂଜ୍ଞାଞ୍ଜଳି ପାଣ୍ଡା, ତୁଷୁରା ସୁପରଭାଇଜର ଗୀତାଞ୍ଜଳି ମନହୀରା, ଇତିଶ୍ରୀ ବୁଡେକ, ଟିଟିଲାଗଡ଼ ସୁପରଭାଇଜର ସ୍ମିତା ଦାସ, ନନ୍ଦିନୀ ହୋତା, ସଂଗୀତା ଷଡ଼ଙ୍ଗୀ, ବୀଣାପାଣି ମିଶ୍ର ପ୍ରମୁଖ ଏବଂ ବଲାଙ୍ଗିରର ସୁନିତା ଗୁରୁ, ମଦନା ନାଗ, ସୁଭଦ୍ରା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.