oom

ଆଇନ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶନିବାର ବଲାଙ୍ଗିର ଆଇନ ମହାବିଦ୍ୟାଳୟ ପରିସରରେ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏକ ନୂତନ ମୁଟକୋର୍ଟ ଉଦ୍‌ଘାଟିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ସଞ୍ଜୀବ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ତଥା ପରିଚାଳନା କମିଟି ସଭାପତି ଅମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି, ବରିଷ୍ଠ ଆଇନଜୀବୀ ଗୌରୀଶ୍ୟୃାମ ପଣ୍ଡା ମୁଖ୍ୟବକ୍ତା ଅଧ୍ୟାପକ ଡ. ପ୍ରହଲ୍ଲାଦ ଶତପଥୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଆଲୋଚନାଚକ୍ରକୁ ସହକାରୀ ପ୍ରଫେସର ମନୀନ୍ଦ୍ର ସିଂ ହଂସପାଲ ସଂଯୋଜନା କରିଥିଲେ । ନୂତନ ମୁଟକୋର୍ଟ ମାଧ୍ୟମରେ ଛାତ୍ରଛାତ୍ରୀମାନେ କୋର୍ଟରେ ମକଦ୍ଦମା ପରିଚାଳନା କରିବା ସହ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ । ଆଲୋଚନାଚକ୍ରରେ ଅଧ୍ୟାପକ କିଶୋର ଆଚାର୍ଯ୍ୟ, ବଂଶୀଧର ହୋତା, କର୍ମଚାରୀ କୃଷ୍ଣଚନ୍ଦ୍ର ପଟେଲ, ସୁବ୍ରତ ପଟ୍ଟନାୟକ ଏବଂ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଆଲୋଚନାଚକ୍ରର ଆବାହକ ତଥା ସହକାରୀ ପ୍ରଫେସର ଚଣ୍ଡୀ ପ୍ରସାଦ ଖମାରୀ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.