oom

ରାଉରକେଲାରେ ‘ଶବ୍ଦ ସୁରଭି’ର ଉନ୍ମୋଚନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳୀୟ ସଂସ୍କୃତିର ଅନନ୍ୟ ପରିଭାଷା ‘ଶବ୍ଦ ସୁରଭି’ ରାଉରକେଲାର ସିଭିଲ୍ ଟାଉନସିପ ସ୍ଥିତ ପାତଞ୍ଜଳି ପାର୍କ ଠାରେ ଉନ୍ମୋଚିତ ହୋଇଯାଇଛି । ପଶ୍ଚିମ ଓଡିଶା ବୃହତ୍ତର ଚଷାଖଣ୍ଡ ସମାଜର ଖଣ୍ଡାୟତ (ଚାଷୀ) ରାଉରକେଲାର ସଭାପତି ସନତ କୁମାର ପ୍ରଧାନଙ୍କ ଆବାହକତ୍ୱରେ ଆୟୋଜିତ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଶବ୍ଦ ସୁରଭି’କୁ ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଆଇନଜୀବୀ ବଂଶୀଧର ନାୟକ, କୋଷାଧ୍ୟକ୍ଷ ଅମିତ କୁମାର ବିଶ୍ୱାଳ, ମାନବ ଅଧିକାର ସୁନ୍ଦରଗଡ ଜିଲ୍ଲା ସଭାପତି ଚକ୍ରାନ୍ତ ଜେନା, ମହିଳା ସଭାପତି ଲଳିତା ପ୍ରେମଶିଳା ଲାକ୍ରା, ବରିଷ୍ଠ ନାଗରିକ ଗୋବିନ୍ଦ ଚନ୍ଦ୍ର ସାହୁ, ଆଇନଜୀବୀ ଉମେଶ ନାୟକ, ସମାଜସେବୀ ଶଶାଙ୍କ ଶେଖର ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଶ୍ରୀ ରାଉତ ପୁସ୍ତକର ଉପାଦେୟତା ଓ ଭାଷା ସାହିତ୍ୟର ସୁରକ୍ଷା ଉପରେ ଆଲୋଚନା କରିଥିବା ବେଳେ ଡ. ବାୟାମନୁ ଚର୍ଚ୍ଚିଙ୍କ ସଂପାଦନରେ ପ୍ରକାଶିତ ହେଉଥିବା ଶବ୍ଦ ସୁରଭି ସାହିତ୍ୟ ଜଗତକୁ ଅମୂଲ୍ୟ ବରଦାନ ହେବ ବୋଲି ଆଶାପୋଷଣ କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ମହେଶ୍ଵର ପ୍ରଧାନଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.