ଗୋପାଳ ରତ୍ନ ପୁରସ୍କାର ପାଇବେ ଗୋପାଳ ରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାଈ ଗୋରୁଙ୍କ ସେବା କରି ଗୋପାଳ ରଣା ପାଇବେ ସମ୍ମାନଜନକ ଗୋପାଳ ରତ୍ନ ପୁରସ୍କାର । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ବଡବନ୍ଧ ଗାଁର ଗୋପାଳ ରଣା ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମ୍ମାନଜନକ ଗୋପାଳ ରତ୍ନ ପାଇବେ ବୋଲି ଜଣାପଡିବା ପରେ ଜିଲ୍ଲାପାଳ ଚଞ୍ଚଳ ରାଣା ଟ୍ୱିଟ କରି ଅଭିନନ୍ଦନ ଜଣାଇଛନ୍ତି । ତାଙ୍କୁ ଆସନ୍ତା ନଭେମ୍ବର ୨୬ ତାରିଖରେ ଜାତୀୟ ଦୁଗ୍ଧ ଦିବସରେ ଏହା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.