ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବୀରଗୋବିନ୍ଦପୁର ସ୍ଥିତ ଦକ୍ଷିଣକାଳୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ଜିଲ୍ଲା ସଭାପତି ପ୍ରଫେସର କାର୍ତ୍ତିକ କୁମାର ଦାସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ମଞ୍ଚର ସମ୍ପାଦକ ପ୍ରାକ୍ତନ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବନ୍ କୁମାର ଦାଶ ବରିଷ୍ଠ ନାଗରିକ ମଞ୍ଚର ଆଭିମୁଖ୍ୟ ଓ ନାଗରିକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନାଚକ୍ରରେ ପୁରୀ ଜିଲ୍ଲାର ବଳଙ୍ଗା, ନିମାପଡ଼ା, କାକଟପୁର, ଅସ୍ତରଙ୍ଗ, ଗୋପ, ସାକ୍ଷୀଗୋପାଳ, ଡେଲାଙ୍ଗ ଓ ପୁରୀ ସଦର ବ୍ଲକର ଶତାଧିକ ବରିଷ୍ଠ ନାଗରିକ ଯୋଗ ଦେଇ ସେମାନଙ୍କ ବରିଷ୍ଠ ନାଗରିକ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ମଂଚର କୋଷାଧ୍ୟକ୍ଷ ଗୋଲକ ଚନ୍ଦ୍ର ଜେନା, ଗୁଣ୍ଡୁଚି ବରାଳ, ବିଭୂତି ପଟ୍ଟାନାୟକ, ଶଙ୍କର ବିଶ୍ଵାଳ, ଆର୍ତ୍ତବନ୍ଧୁ ସେନାପତି, କାଳନ୍ଦି ଛାଟୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କୈଳାଶ ଚନ୍ଦ୍ର ରାୟ ।

Leave A Reply

Your email address will not be published.