ଜ୍ୟୋତି ରଂଜନ ପାଣିଗ୍ରାହୀଙ୍କ ସ୍ମୃତିରେ ୫ ଦିନ ବ୍ୟାପୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜ୍ୟୋତି ରଂଜନ ପାଣିଗ୍ରାହୀଙ୍କ ସ୍ମୃତିରେ ୫ ଦିନ ବ୍ୟାପୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ୧୬ ଗୋଟି ଦଳକୁ ନେଇ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ପ୍ରଥମ ଦିନର ପ୍ରଥମ ମ୍ୟାଚ ଜନକପୁର – ହର୍ଡାଟାଲକୁ ହରାଇ ଜନକପୁର ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚ ବାରପୁଡୁଗିଆ – ଫୌଜି କ୍ଲବକୁ ହରାଇଥିଲା । ତୃତୀୟ ମ୍ୟାଚରେ ଜନକପୁରକୁ ହରାଇ ବାରପୁଡୁଗିଆ ସେମି ଫାଇନାଲରେ ପ୍ରବେଶ କରିଛି । ମ୍ୟାଚକୁ ସ୍ଥାନୀୟ ସରପଂଚ ଜନ୍ମଜୟ ମେହେର, ବରିଷ୍ଠ ଓକିଲ ନିଳାଦ୍ରୀ ବିହାରୀ ମିଶ୍ର ଉଦ୍‌ଘାଟନ କରିଥିଲେ । ଗିରିଧାରୀ କାଲସାଏ, ସଦାନନ୍ଦ ମହଲା, ଲବ ନାଗ, ବିଜୟ ମହଲା, ବିକାଶ ନାଏକ, ସୁରଜ ନାଏକ, ଗଜନ ସାହୁ, ବିକାଶ, ଦିଲିପ, ମିଥୁନ, ଧୋବା ମହଲା ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ । ବାରପୁଡୁଗିଆ ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନର ସଭାପତି ଜୟକୃଷ୍ଣ ମିଶ୍ରଙ୍କ ତତ୍ତ୍ୱାବଧାନରେ ମ୍ୟାଚ ପରିଚାଳନା ହୋଇଥିଲା ।

Leave A Reply

Your email address will not be published.