pr

ବ୍ୟାଙ୍କ କର୍ମଚାରୀ ସଂଗଠନ ପକ୍ଷରୁ ମହାଅଧିବେଶନ ଆୟୋଜିତ

dr. purohit

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ଭୁବନେଶ୍ୱର କ୍ଷେତ୍ର କର୍ମଚାରୀ ସଂଘ (ଏସ୍‌ବିଆଇଏସ୍‌ଏ, ଭୁବନେଶ୍ୱର ସର୍କଲ) ପକ୍ଷରୁ ନିକଟରେ ଏକ ବ୍ୟାଙ୍କ କର୍ମଚାରୀ ସଂଗଠନର ମହାଅଧିବେଶନର ଆୟୋଜନ କରାଯାଇଥିଲା । ଓଡ଼ିଶା ରାଜ୍ୟ ବ୍ୟାଙ୍କ କର୍ମଚାରୀଙ୍କ ରାଷ୍ଟ୍ରୀୟ ସଂଘର ୭ମ ତ୍ରିବାର୍ଷିକ ସାଧାରଣ ସଭା ଓ ଅଖିଳ ଭାରତୀୟ କର୍ମଚାରୀ ସଂଘର ୭୫ତମ ବାର୍ଷିକ ସମ୍ମେଳନ ଏବଂ ୮ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଂଘର ଶତବାର୍ଷିକୀ ସମାରୋହ ସ୍ଥାନୀୟ କୁରଙ୍ଗ ଶାସନସ୍ଥିତ ମୀରା କୋର୍ଟୟାର୍ଡ-୨ ଠାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବ୍ୟାଙ୍କ ସଂଘଗୁଡ଼ିକ ମିଳିତ ମଞ୍ଚର ଆବାହକ ସଞ୍ଜୀବ କୁମାର ବନ୍ଦଳିଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଏସ୍‌ବିଆଇ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା, ବ୍ୟାଙ୍କ କର୍ମଚାରୀଙ୍କ ରାଷ୍ଟ୍ରୀୟ ସଂଘର ସଭାପତି ଏସ୍‌.ସି.ବାଲାଜି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସେହିଭଳି ବର୍ତ୍ତମାନ ପରିସ୍ଥିତିରେ ଅନେକ ସମସ୍ୟା ଓ ଚ୍ୟାଲେଞ୍ଚ ମଧ୍ୟରେ ବ୍ୟାଙ୍କର କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି । ଏପରିକି ଭାରତୀୟ ଅର୍ଥନୀତିରେ ବ୍ୟାଙ୍କିଙ୍ଗ୍‌ ଉଦ୍‌ଯୋଗର ଯୋଗଦାନ ଓ ଭବିଷ୍ୟତରେ ଆସୁଥିବା ବିପଦ ଏବଂ ସମସ୍ତ ସଦସ୍ୟଙ୍କ ସର୍ବାଙ୍ଗୀନ କଲ୍ୟାଣ ସମ୍ପର୍କରେ ଅତିଥି ଓ ପ୍ରମୁଖ କର୍ମକର୍ତ୍ତା ମତପ୍ରକାଶ କରିଥିଲେ । ସେହିପରି ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଂଘ ଭୁବନେଶ୍ୱର ମଣ୍ଡଳର ସଭାପତି ସ୍ୱାଧୀନ କୁମାର ଦାସ ଅତିଥି ପରିଚୟ ପ୍ରଦାନ ସାଙ୍ଗକୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ମତପ୍ରକାଶ କରିଥିଲା ବେଳେ ସଂଘର ସାଧାରଣ ସମ୍ପାଦକ ରଘୁନାଥ ପ୍ରସାଦ ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ପୂର୍ବତନ ନେତୃବୃନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ସଂଘର ଉପସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.