ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଭାଲୁମୁଣ୍ଡା : ଗନ୍ଧରାବନ୍ଧ ପଞ୍ଚାୟତ ବରୋବାହାଲସ୍ଥିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ତୈଲୋକେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଛି । ସୁବାସ ଚନ୍ଦ୍ର ଦାସପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ସାଥୀ ପୂଜକ ଭାବେ ପ୍ରଦୀପ ମିଶ୍ର, ପ୍ରସନ୍ନ ଦାସ, ଲକ୍ଷ୍ମୀକାନ୍ତ ଖମାରୀ, ଯୋଗେନ୍ଦ୍ର ମିଶ୍ର, ସଞ୍ଜୁ ଦାସ ପ୍ରମୁଖ କାର୍ଯ୍ୟ ତୁଳାଇଥିଲେ । ଉଦ୍ଧବ ବେହେରା ଓ ପତ୍ନୀ ପୂର୍ଣ୍ଣିମା ବେହେରା, ଲିପକ ସ୍ୱାଇଁ ଓ ପତ୍ନୀ ଗୀତାଞ୍ଜଳି ସ୍ୱାଇଁ, ଝସକେତନ ମେହେର ଓ ପତ୍ନୀ ପୂର୍ଣ୍ଣିମୀ ମେହେର କର୍ତ୍ତା ଥିଲେ । ଅଧୀକ୍ଷଣ ଯନ୍ତ୍ରୀ ସିତାଂଶୁ ଶେଖର ଦାସ ଏଇ ରାଧେଶ୍ୟାମ ମେହେର, କେଶବ ସିଂହ, ରଜତ ବଢେଇ, ପାଣି ପଞ୍ଚାୟତ ସଭାପତି ମଂଜେଶ ମେହେର, କ୍ଷିତିସୁତା ମେହେର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!