ବ୍ରହ୍ମପୁର ମଣ୍ଡଳ କାରାଗାରରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୩ତମ ଜୟନ୍ତୀ ଦିବସ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ମଣ୍ଡଳ କାରାଗାର ପରିସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ ତାଙ୍କ ସ୍ମୃତିଚାରଣ କରାଯାଇଛି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମଣ୍ଡଳ କାରାଗାର ପରିସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ଏହି ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପରିଚାଳନାରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି । ବୀର ସାହସୀ ଲକ୍ଷ୍ମଣ ନାୟକ ୧୮୯୯ ମସିହା ନଭେମ୍ବର ୨୨ ତାରିଖ ଦିନ ଅଭିବକ୍ତ କୋରାପୁଟ ଜିଲ୍ଲା ତେନ୍ତୁଳିଗୁମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଦେଶ ସ୍ୱାଧୀନ ସଂଗ୍ରାମ ଡ଼ାକରାରେ ସେ ନିଜକୁ ସାମିଲ କରି ଦେଶ ସ୍ୱାଧୀନତା ନିମନ୍ତେ ନିଜ ଜୀବନକୁ ବାଜି ଲଗାଇ ଥିଲେ । ଇଂରେଜ ସରକାରଙ୍କ ଦ୍ୱାରା ମିଥ୍ୟା ଆରୋପରେ ୧୯୪୩ ମସିହା ମାର୍ଚ୍ଚ ମାସ ୨୯ ତାରିଖରେ ମାତ୍ର ୪୩ ବର୍ଷ ବୟସରେ ବ୍ରହ୍ମପୁର ଜେଲରେ ଫାଶୀ ପାଇଥିଲେ । ତାଙ୍କର ସେହି ଦେଶ ମାତୃତ୍ୱ ଏବଂ ସ୍ୱାଧୀନତା ମନୋଭା । ଆଜି ମଧ୍ୟ ଅମର ହୋଇ ରହିଛି । ଲକ୍ଷ୍ମଣ ନାୟକଙ୍କ ସମ୍ପର୍କରେ ଆଜିର ଯୁବପିଢ଼ି ନିହାତି ଭାବେ ଜାଣିବା କଥା ବୋଲି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଯୋଗଦେଇ ବ୍ରହ୍ମପୁର ମହାନଗର ନିଗମର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ନିଜ ବକ୍ତବ୍ୟରେ କହିଥିଲେ । ମୁଖ୍ୟ ବକ୍ତା ଭାବେ ନରେନ୍ଦ୍ରପୁର କ୍ଷେତ୍ର ମୋହନ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ଼. ହୃଷିକେଶ ପଣ୍ଡା ଲକ୍ଷ୍ମଣ ନାୟକଙ୍କ ଜନ୍ମ ଠାରୁ ଶହୀଦ ପର୍ଯ୍ୟନ୍ତ ଲକ୍ଷ୍ମଣ ନାୟକଙ୍କ ସ୍ୱାଧୀନତା ବଳିଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ସେ କିପରି ଦେଶ ପାଇଁ ଲଢିଥିଲେ ନିଜ ଜାତିର ଲୋକଙ୍କ ପାଇଁ ଜୀବନ ଆଦର୍ଶ ପାଲଟିଥିଲେ ସେହି ସ୍ମୃତିଚାରଣ ପୂର୍ବକ ଆଜି ତାଙ୍କ ଆଦର୍ଶ ଆବଶ୍ୟକତା ସମ୍ପର୍କରେ ଅବଗତ କରାଇ ଆମକୁ ଆଜି ଦେଶ ମାତୃକା ନିମନ୍ତେ କିଭଳି କର୍ତ୍ତବ୍ୟ ସମ୍ପାଦନ କରିବାର ଆବଶ୍ୟକତା ସମ୍ପର୍କରେ ସୁଚାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସଭାପତିତ୍ୱ କରି ନିଜ ବକ୍ତବ୍ୟରେ ଦେଶ, ମାତୃଭୂମିକୁ ସ୍ଵାଧୀନ କରିବା ପାଇଁ ବଳିଦାନ ଦେଇଛନ୍ତି ସେମାନେ ସର୍ବଦା ଆମର ନମସ୍ୟ । କେବଳ ଜନ୍ମ ଜୟନ୍ତୀକୁ ମନେ ରଖିଲେ ହେବ ନାହିଁ, ସେ ଯେଉଁ କାର୍ଯ୍ୟ କରିଯାଇଛନ୍ତି, ଯେଉଁ ଚିନ୍ତାଧାରାରେ ସେ ବ୍ରିଟିଶ୍ ବିରୁଦ୍ଧରେ ସଂଗ୍ରାମ କରୁଥିଲେ, ସମସ୍ତଙ୍କୁ ସଂଗଠିତ କରୁଥିଲେ ସେହିଭଳି କାର୍ଯ୍ୟ କରିବାକୁ ପଡ଼ିବ ବୋଲି କହିଥିଲେ । ମଣ୍ଡଳ କାରାଗାର ଯେଉଁ ଗୃହରେ ଲକ୍ଷ୍ମଣ ନାୟକଙ୍କ କାରାଗାର ଜୀବନ ଅତିବାହିତ କରିଥିଲେ, ସେହି ଗୃହକୁ ଜାତୀୟ ସ୍ମାରକୀ ଭାବେ ନାମକରଣ କରାଯାଇଛି ଏବଂ ପୂଜ୍ୟପୂଜା କରାଯାଉଛି । ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ ପରିଡ଼ା, ଡେପୁଟି କଲେକ୍ଟର ଶୁଭଶ୍ରୀ ମିଶ୍ର ଅନ୍ୟ ତମ ଅତିଥି ରୂପେ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ମାନ୍ୟଗଣ୍ୟ ଅତିଥିଗଣ ଉପସ୍ଥିତ ରହି ବ୍ରହ୍ମପୁର ମଣ୍ଡଳ କାରାଗାରରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଡେପୁଟି କଲେକ୍ଟର ଶ୍ରୀମତୀ ଶୁଭଶ୍ରୀ ରଥ, ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ୍ କୁମାର ପରିଡ଼ା, ଜେଲ୍ ସୁପରିଟେଣ୍ଡ ବିରେନ୍ଦ୍ର ନାଥ ବାରିକ ଅନ୍ୟତମ ଅତିଥି ରୂପେ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ ।
           
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରୟଣ ବେହେରାଙ୍କ ପ୍ରତ୍ୟେକ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମଣ୍ଡଳ କାରାଗାରର ଜେଲର ସତ୍ୟନାରାୟଣ ବେହେରା, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ରଶ୍ମି ରାଣୀ ନିମାକା ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଗଣ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ । ସୂଚନା ଓ ଲୋକ ସମ୍ପର୍କ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!