
ପାଟଣାଗଡ, (କେପିଏନ୍ଏସ୍) : ଭିଜିଲାନ୍ସ ଜାଲରେ ପାଟଣାଗଡ ଉପଖଣ୍ଡ ବେଲପଡା ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ତଥା ସେକ୍ସନ ଅଫିସର ଯୁଗଳ କିଶୋର ରାଉତ । ଜମିଜମା ସଂକ୍ରାନ୍ତୀୟ ମ୍ୟୁଟେସନ କେସ୍ ପାଇଁ ଯୁବା ପଂଚାୟତ ସାତଚୁଆଁ ଗାଁର ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଯୁଗଳ କିଶୋର ରାଉତ । ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ ହୋଇ ସାରିଥିବା ବେଳେ ପାଟଣାଗଡ ବଡପଡା ସ୍ଥିତ ନିଜ ଘର ଏବଂ ବେଲପଡା ତହସିଲ କାର୍ଯ୍ୟାଳୟରେ ଚଢାଉ ଜାରୀ ରହିଥିବା ଜଣାପଡିଛି । ବଲାଙ୍ଗିର ଭିଜିଲାନ୍ସ ଡିଏସ୍ପି ପୁଲସ୍ତ ଛତ୍ରିଆଙ୍କ ଦୁଇଟି ଟିମ୍ ଚଢାଉରେ ସାମିଲ ଅଛନ୍ତି ।
