pr

ନେହରୁ ଯୁବକେନ୍ଦ୍ର ସଂଗଠନର ୫୦ତମ ପ୍ରତିଷ୍ଠା ଦିବସ ପାଳିତ

dr. purohit

ଭବାନୀପାଟଣା, (ପି.କେ. ସାହୁ) : ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର ଓ ଲେଖାପାଳ ଦୂତିଆ ବନଛୋରଙ୍କ ନେତୃତ୍ୱରେ ଭବାନୀପାଟଣା ବ୍ଲକ ତିଳଯୋଡି ଠାରେ ନେହେରୁ ଯୁବକେନ୍ଦ୍ର ସଂଗଠନର ୫୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ କୁମାର ପାଢ଼ୀ, କର୍ତ୍ତବ୍ୟ ଅନୁଷ୍ଠାନର ମୁଖ୍ୟ ଅଶୋକ ପଟ୍ଟନାୟକ, ତିଳଯୋଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟନନ୍ଦ ହୋତା, ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର, ଲେଖାପାଳ ଦୂତିଆ ବନଛୋର ଓ ଖେଳ ଶିକ୍ଷକ ସୁବାସ ନାଗ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ପ୍ରକାର ଗ୍ରାମାଞ୍ଚଳରେ ଲୋପ ପାଇବାକୁ ଯାଉଥିବା ଖେଳର ପୁନଃ ଉଦ୍ଧାର ପାଇଁ ବିଭିନ୍ନ ଖେଳକୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅଞ୍ଚଳର ବିଭିନ୍ନ ଗାଁରୁ ଯୁବକ ଯୁବତୀମାନେ ଯୋଗ ଦେଇ ଏହି ଖେଳରେ ଭାଗ ନେଇଥିଲେ । ଖେଳ ମଧ୍ୟରେ କବାଡି, ପୁଚି, ଝୁଟି ଭଳି ଖେଳର ଆୟୋଜନ ହୋଇଥିଲା । କବାଡି ପୁରୁଷ ବିଭାଗରେ ତିଳଯୋଡି ଓ ମହିଳା ବିଭାଗରେ କୃତରୁଖମାର ବିଜେତା ହୋଇଥିଲେ । ସମସ୍ତ ବିଜେତାମାନଙ୍କୁ ଅତିଥିମାନେ ସାର୍ଟିଫିକେଟ ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ଆଜିର ଦିନରେ ଯୁବକମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଆମେ ହିଁ ସମାଜକୁ ଆଗକୁ ନେବାରେ ସହାୟକ ହୋଇପାରିବା ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ଶେଷରେ ସ୍ୱେଚ୍ଛାସେବୀ ଯଶୋବନ୍ତ ରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ରର ସ୍ୱେଚ୍ଛାସେବୀ ଅଭିଷେକ ବେହେରା, ଯଶୋବନ୍ତ ରଣା, ଗୋକୁଳ ସାହୁ, ଡୋଳେଶ୍ୱର ମାଝୀ, ଉଷା ଭାରତୀ ମାଝୀ, ମିନିକେତନ ବାଗ, ମିଳନ ଭୋଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.