jayashree

ଜିଲ୍ଲାସ୍ତରୀୟ ଅମଲାମାନଙ୍କର ‘ମିଶନ ୪୨ଠଠ’ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ଓଡିଶା ଅମଲା ସଂଘର ଆହ୍ୱାନ ଓ ଗତ ତା.୩୦.୧୦.୨୦୨୨ରିଖରେ ଆୟୋଜିତ ବୈଠକର ନିଷ୍ପତ୍ତି କ୍ରମେ ଅଦ୍ୟ ତା.୧୫.୧୧.୨୦୨୨ରିଖରେ ଶତାଧିକ ଅମଲାଙ୍କ ଉପସ୍ଥିତିରେ ଏକ ରାଲି ଜରିଆରେ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ‘ମିଶନ ୪୨୦୦’ ପାଇଁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସଚିବାଳୟରେ ସରକାର ଯେଉଁ ଜନକଲ୍ୟାଣ ଯୋଜନା ଗୁଡିକ ପ୍ରଣୟନ କରିଥାନ୍ତି ଓ ଯାହାଦ୍ୱାରା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଗ୍ର ଭାରତ ବର୍ଷରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବରେ ପରିଗଣିତ ହୋଇଆସୁଛନ୍ତି ସେଗୁଡିକର ସଫଳ ରୂପାୟନ ଓ କାର୍ଯ୍ୟକାରୀ କରିବାରେ ଜିଲ୍ଲାସ୍ତରୀୟ ଅମଲାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ।

ଏହି ସରକାରଙ୍କର ସମୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀ ପର୍ଯ୍ୟନ୍ତ ସମସ୍ତ ବର୍ଗରେ କର୍ମଚାରୀଙ୍କ ବେତନର ସମୀକରଣ ହୋଇଥିଲେ ମଧ୍ୟ କେବଳ ଜିଲ୍ଲାସ୍ତରୀୟ ଅମଲାମାନଙ୍କ ବେତନର ସମୀକରଣକୁ ଅଣଦେଖା କରାଯାଇଛି । ଯାହା ଫଳରେ ଜିଲ୍ଲାସ୍ତରୀୟ ଅମଲାମାନଙ୍କ ସମ୍ମାନ ସହ ବଚିଂବାର ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି ମତ ପ୍ରକାଶ ପାଇଛି ।

ସରକାର ଜିଲ୍ଲାସ୍ତରୀୟ ଅମଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ୨୦୧୭ ମସିହା ଠାରୁ ସ୍ନାତକ କରିଥିଲେ ମଧ୍ୟ ସେହି ହାରରେ ବେତନ ସମୀକରଣ ଅଦ୍ୟାବଧି ନ କରି ମାଟ୍ରିକ ହାରରେ ବେତନ ପ୍ରଦାନ କରୁଛନ୍ତି, ଯାହା ଅମଲାମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି କରୁଛି ଓ ତାହା ଚରମ ସୀମାରେ ପହଚିଂଛି । ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଥାଇ ଅନ୍ୟ ବର୍ଗର କର୍ମଚାରୀମାନଙ୍କର ବେତନ ସମୀକରଣ ହୋଇଥିଲେ ମଧ୍ୟ ସରକାର ଜିଲ୍ଲାସ୍ତରୀୟ ଅମଲାମାନଙ୍କ କ୍ଷେତ୍ରରେ ବୈମାତୃକ ମନୋଭାବ ପୋଷଣ, ଅମଲାମାନଙ୍କ ମନରେ ଗଭୀର କ୍ଷୋଭ ସୃଷ୍ଟି କରୁଛି ।

ଯଦି ଏହା ସତ୍ୱେ ସରକାର ଜିଲ୍ଲାସ୍ତରୀୟ ଅମଲାଙ୍କର ଯୁକ୍ତିଯୁକ୍ତ ଦାବୀକୁ ଯଥାଶୀଘ୍ର ପୂରଣ ନକରି, ଦାବୀ ପୂରଣର ଏକମାତ୍ର ପନ୍ଥା ଆନ୍ଦୋଳନ ବୋଲି ମନେ କରୁଥାନ୍ତି, ତେବେ ଶୃଙ୍ଖଳିତ ଅମଲାମାନେ ‘ଲଢେଇ ଆଉ ଧର୍ମଘଟ ବଚିଂବାର ଗୋଟିଏ ବାଟ’ ନୀତି ଆପଣାଇବାକୁ ବାଧ୍ୟ ହେବେ ଏବଂ ଆସନ୍ତା ତା.୨୭.୧୧.୨୦୨୨ରିଖ (ରବିବାର)ରେ ରାଜଧାନୀ ଭୁବନେଶ୍ୱରରେ ବିପୁଳ ମାତ୍ରାରେ ଯୋଗଦାନ କରି ନ୍ୟାର୍ଯ୍ୟ ଦାବୀ ପୂରଣ ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାରେ ସହାୟକ ହେବା ପାଇଁ ଅମଲା ସଙ୍ଘର ମୁଖ୍ୟ ପୃଷ୍ଠପୋଷକ ଶତୃଘ୍ନ ପାଣିଗ୍ରାହୀ, ଉପଦେଷ୍ଟା ହରିବନ୍ଧୁ ପାଣି ଓ ଘନଶ୍ୟାମ ଡାଙ୍ଗ, ଅଧ୍ୟକ୍ଷ ବୀରେନ୍ଦ୍ର ବନଛୋର, ସଭାପତି ଅନନ୍ତ ନାରାୟଣ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ଭୋଇ ଆହ୍ୱାନ କରିଛନ୍ତି । ଏହି ରାଲିକୁ ସଫଳ କରିବାରେ ଦୁର୍ଗାଶକ୍ତି କୁମ୍ଭାର, ଶ୍ରୀନିବାସ ମିଶ୍ର, କଲ୍ୟାଣ ଉଦଗାତା, ସୁନୀଲ ମିଶ୍ର, ଅର୍ଜୁନ କୁମାର ସାହୁ, ଆଶିଷ କୁମାର ସାହୁ, ଡଲି ସାହୁ, ପ୍ରଦୀପ ମିଶ୍ର ତଥା ୩୦୦ରୁ ଅଧିକ ସଦସ୍ୟ ସୁଦୁର ବଙ୍ଗୋମୁଣ୍ଡା, ଲାଠୋର, ଖପ୍ରାଖୋଲ, ଟିଟିଲାଗଡ଼, କାଣ୍ଟାବାଞ୍ଜି ଅଂଚଳରୁ ଯୋଗଦାନ କରିଥିଲେ ।

Leave A Reply

Your email address will not be published.