ତୁରକେଲାରେ ମାଣ୍ଡିଆ ଦିବସ ପାଳିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟ ପରିସରରେ ବିକଳ୍ପ ସଂସ୍ଥା ପକ୍ଷରୁ ମାଣ୍ଡିଆ ଦିବସ ପାଳନ ଦୁଇ ଦିନ ଧରି ହୋଇଯାଇଛି । ମାଣ୍ଡିଆ ଏକ ଭିଟାମିନ ଯୁକ୍ତ ଶସ୍ୟ ଅଟେ ରାଜ୍ୟ ସରକାର ମାଣ୍ଡିଆର ଚାଷ ବିଷୟ ନେଇ ଜାଗାରେ ମାଣ୍ଡିଆ ଦିବସ ପାଳନ ନିମନ୍ତେ ଚାଷୀ ମାନଙ୍କୁ ମାଣ୍ଡିଆ ଚାଷ କେମିତି କରିବେ ସେନେଇ ସବୁ ପ୍ରକାର ପଦକ୍ଷେପ ନିଆଯାଇଥିବା ବେଳେ ନଭେମ୍ବର ୧୦ ରେ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଇଛି । ତେବେ ବ୍ଲକ ପରିସରରେ ଆଜିର ଦିବସରେ ପୃଷ୍ଟି ସଶ୍ୟ ଖାଦ୍ୟ ମେଳାର ଆୟୋଜନ କରି ମାଣ୍ଡିଆରେ ତିଆରି ହୋଇଥିବା ବିଭିନ୍ନ ପ୍ରକାର ଖାଇବା ଜିନିଷ ପ୍ରଦର୍ଶନ କରାଯାଇଥିଲା । ଏହି ମେଳାକୁ ବ୍ଲକର ବିଡ଼ିଓ ଦେବାଶିଷ ସାମଲ ଶୁଭାରମ୍ଭ କରିଥିଲେ । ମାଣ୍ଡିଆରେ ତିଆରି ଖାଦ୍ୟକୁ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ଖାଇବାକୁ ଦିଆ ଯାଇଥିବା ବେଳେ କଣ୍ଟାବାଞ୍ଜି ଆହାର କେନ୍ଦ୍ରରେ କ୍ଷିରି ଓ ତୁରେକେଲା ଡାକ୍ତରଖାନାରେ ରୋଗୀ, ଥାନାର କର୍ମଚାରୀ ବୃନ୍ଦଙ୍କୁ ମାଣ୍ଡିଆରେ ତିଆରି ବିସକୁଟ, କୁକିଜ, ଲଡୁ, ମିକ୍ସର ଓ ଅନ୍ୟାନ୍ୟ ଖାଇବାକୁ ଦିଆଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଆଜିର ଏହି କାର୍ଯ୍ୟକ୍ରମରେ ବିକଳ୍ପ ସଂସ୍ଥାର କଣ୍ଟାବାଞ୍ଜି ମୁଖ୍ୟ ସମ୍ପାଦକ ଶୁଭଶ୍ରୀ ପଟ୍ଟନାୟକ, ବ୍ଲକ ସଂଯୋଜକ ସରୋଜ ସାହୁ, ଅତିରିକ୍ତ କୃଷି ଅଧିକାରୀ ରତିକାନ୍ତ ସେଠି, ବ୍ଲକର ଅନ୍ୟ କର୍ମଚାରୀ, ବିକଳ୍ପ ଅନୁଷ୍ଠାନର ସିଆରପି ପ୍ରତୀକ, ମୁରଲୀ, ବିପିନ, ଅଚ୍ୟୁତ, ମହେନ୍ଦ୍ର, ଡୋଳାମଣି, ସମୀର, ହେମନ୍ତ, ମୋହନ, ରାଜେନ୍ଦ୍ର, ଭୀଷ୍ମ, ପ୍ରମୋଦ, ପ୍ରିୟବ୍ରତ ବ୍ଲକ କର୍ମଚାରୀବୃ, କଣ୍ଟାବାଞ୍ଜି ପ୍ରେସ୍ କ୍ଲବ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.